ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବା ପରେ ଏବେ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଶନିବାର ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କୁ ଟିକା ଦିଆ ଯାଇଛି।ରାୟଗଡା ସହର ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ପରିସରରରେ ଏକ ଅସ୍ଥାୟୀ ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇ ଟିକାକରଣ ଆରମ୍ଭ କରାଯାଇଛି। ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ଏହି କେନ୍ଦ୍ରରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।ଏହି ଅବସରରେ ସର୍ବ ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଟିକା ଦିଆଯାଇଥିଲା। ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଟିକା ଗ୍ରହଣ କରିଥିଲେ। ଟିକା ନେବା ପରେ କିଛି ସମୟ ପାଇଁ ସମସ୍ତଙ୍କୁ ନିରୀକ୍ଷଣ କକ୍ଷରେ ରଖାଯାଇଥିଲା। ଟିକା ନେବାରେ କୌଣସି ସମସ୍ୟା ନଥିବା ବେଳେ ଏହାଦ୍ଵାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନାହିଁ, ତେଣୁ ସମସ୍ତେ ନିଶ୍ଚିନ୍ତରେ ଟିକା ଗ୍ରଗଣ କରିବା ପାଇଁ ଜିଲ୍ଲାପାଳ ଓ ଏସପି ନିବେଦନ କରିଛନ୍ତି।

Comment