ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଥିବା ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ଫେବ୍ରୁଆରି ୮ ତାରିଖ ଅର୍ଥାତ ସୋମବାରରୁ ଖୋଲିବ। ଦୀର୍ଘ ୧୦ ମାସ ପରେ ସ୍କୁଲ ଯାଇ ପିଲା ପାଠ ପଢ଼ିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫେବ୍ରୁଆରି ୮ରୁ ଏପ୍ରିଲ ୩୦ ଯାଏ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଏହି ପିଲାଙ୍କର ରବିବାର କ୍ଲାସ ହେବନି। ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏଁ ସ୍କୁଲ ଆସିବେ। ମାତ୍ର ୩ଟି ପିରିୟଡରେ ପିଲାଙ୍କୁ ପଢ଼ାଯିବ।

ତେବେ ଯେଉଁ ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି ସେଠାରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଯେଉଁ ସ୍କୁଲରେ ଯାହା ସମସ୍ୟା ରହିଛି ତାହା ସେ ସ୍କୁଲର ପ୍ରଧାନମନ୍ତ୍ରୀ ଜଣାଇବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲାଙ୍କ ଗୋଟିଏ ୟୁନିଟ ଟେଷ୍ଟ ହେବ। ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ। ଦଶମ ଓ ଦ୍ୱାଦଶ ପିଲାଙ୍କର ଏଣିକି ୧୧ଟାରୁ ୪ଟା ଯାଏଁ କ୍ଲାସ ଚାଲିବ।

ଅନ୍ୟପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଯୋଜନା ଚାଲିଛି। ଯେହେତୁ ଅଙ୍ଗନବାଡ଼ି ଖୋଲିଲାଣି ତେଣୁ ରାଜ୍ୟରେ ଖୁବଶୀଘ୍ର ଅଙ୍ଗନବାଡ଼ି ଖୋଲିବ। ଶୀଘ୍ର ଏ ସମ୍ପର୍କୀୟ ଏସ୍‌ଓପି ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comment