ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି। ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ଖୋଲା ହେବା ପରେ ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ।ସୋମବାର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନବୀନ କହିଛନ୍ତି ଯେ, ଆଜି ମହାପ୍ରଭୁଙ୍କୁ ଦର୍ଶନ କରି ବହୁତ ଭଲ ଲାଗିଲା। କରୋନା ପରେ ଏହା ମୋର ପ୍ରଥମ ଦର୍ଶନ।

ଅନ୍ୟପଟେ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଆଣିଥିବା ଐତିହ୍ୟ ଚିଠା ଆଇନକୁ କଡ଼ା ସମାଲୋଚନା କରିଛନ୍ତି ନବୀନ। ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଇ ନବୀନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି। ତେଣୁ କେନ୍ଦ୍ର ସରକାର ଐତିହ୍ୟ ଚିଠା ଆଇନକୁ ଖୁବ୍ ଶୀଘ୍ର ପତ୍ୟାହାର କରନ୍ତୁ।ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଯାଇଥିଲେ। କରୋନା କଟକଣା ପାଇଁ ଦୀର୍ଘ ଦିନ ପରେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି। ପ୍ରଥମେ କରୋନା ରିପୋର୍ଟ ନେଇ ଶ୍ରୀଜୀଉଙ୍କ ଦର୍ଶନ କରିବାର ବ୍ୟବସ୍ଥା ରହିଥିବାବେଳେ, ଏବେ ସମସ୍ତେ ବିନା କୋଭିଡ ରିପୋର୍ଟରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି।

Comment