ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ହୋଇଥିବା ବାଇ-ଲ’ ବା ଐତିହ୍ୟ ଚିଠା ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିନେଇଛନ୍ତି। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସୋମବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମସ୍ତ ଦିଗରୁ ଏହାକୁ ବିରୋଧ କରାଯିବା ପରେ ଶେଷରେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି।

ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ରବିବାର ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ଦାବି କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେବାୟତମାନେ ଦାବି କରିଥିଲେ। ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଇନ ପ୍ରତ୍ୟାହାର ନେଇ ସଂସ୍କୃତି ମନ୍ତ୍ରାଳୟର ଏନଏମଏକୁ ଚିଠି ଲେଖିଥିଲେ।ପୁରୀ ମନ୍ଦିରରୁ ବାଇ-ଲ’କୁ ହଟାଇବା ପାଇଁ ଶାସକ ଦଳ ବିଜେଡି ସହିତ ଉଭୟ ବିଜେପି ଏବଂ କଂଗ୍ରେସ ସ୍ଵର ମିଳାଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶ୍ରୀମନ୍ଦିର ପରିଦର୍ଶନ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ଏହି ଆଇନକୁ କଡ଼ା ସମାଲୋଚନା କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ। ତେଣୁ କେନ୍ଦ୍ର ସରକାର ଐତିହ୍ୟ ଚିଠା ଆଇନକୁ ଖୁବ୍ ଶୀଘ୍ର ପତ୍ୟାହାର କରନ୍ତୁ।ଅନ୍ୟପଟେ ଉଭୟ ବିଜେପି ଓ ବିଜେଡି ସାଂସଦମାନେ ସୋମବାର ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ଓଡ଼ିଶାବାସୀଙ୍କ ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଏହି ଆଇନକୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଶେଷରେ ମନ୍ତ୍ରୀ ଏବଂ ସାଂସଦମାନଙ୍କ ଆଲୋଚନା ପରେ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି।

Comment