ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡରେ ରବିବାର ହୋଇଥିବା ହିମସ୍ଖଳନ ସାରାବିଶ୍ୱକୁ ସ୍ତବ୍ଧ କରିଦେଇଛି। ମାତ୍ର କେଇ ମୁହୁର୍ତ୍ତରେ ଏକ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ପୂରା ଦେଶକୁ ଦୋହଲାଇ ଦେଇଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଉତ୍ତରାଖଣ୍ଡରେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ମଧ୍ୟ ପ୍ରକୃତିର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ଯାହା ପୂରା ରାଜ୍ୟକୁ ଛାରଖାର କରି ଦେଇଛି।

୧୯୯୧ ଭୂମିକମ୍ପ: ୧୯୯୧ରେ ଉତ୍ତରକାଶୀରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା।  ଏହି ଘଟଣାରେ ପ୍ରାୟ ୭୬୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା।

୧୯୯୮ ମାଲପା ଭୂସ୍ଖଳନ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଏକ ଛୋଟିଆ ଗାଁ ଭୂସ୍ଖଳନରେ ପୋତି ହୋଇଯାଇଥିଲା।  ଯେଉଁଥିରେ ୫୫ ଜଣ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ପ୍ରାୟ ୨୫୫ଜଣଙ୍କର ମୃତ୍ୟୁ ଘଟିଥିଲା।

୧୯୯୯ ଚାମୋଲି ଭୂକମ୍ପ: ଚାମୋଲି ଜିଲ୍ଲାରେ ୬.୮ ତୀବ୍ରତାର ଏକ ଭୂକମ୍ପରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପଡୋଶୀ ଜିଲ୍ଲା ରୁଦ୍ରପ୍ରୟାଗରେ ବହୁ କ୍ଷୟକ୍ଷତି ଘଟିଥିଲା। ଏହି ଭୂକମ୍ପରେ ରାସ୍ତା ଓ ଭୂମିରେ ଫାଟ ସୃଷ୍ଟି ହୋଇଥିଲା।

୨୦୧୩ ବନ୍ୟା: କେଦାରନାଥରେ ବାଦଲଫଟା ବର୍ଷା ଯୋଗୁଁ ୨୦୧୩ରେ ଆସିଥିଲା ମହାପ୍ରଳୟ। ଯାହାକୁ ମନେ ପକାଇଲେ ଏବେ ବି ଲୋମ ଟାଙ୍କୁରି ଉଠେ। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ଏହି ବିପର୍ଯ୍ୟୟରେ ୫,୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ରାସ୍ତା ଓ ସେତୁ ଭୁଶୁଡ଼ିବା କାରଣରୁ ଚାର ଧାମକୁ ଯାଉଥିବା ଉପତ୍ୟକାରେ ତିନି ଲକ୍ଷରୁ ଅଧିକ ଲୋକ ଫସି ରହିଥିଲେ।

Comment