ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଟନେଲ ଭିତରେ ଏବେ ବି ଆହୁରି ୩୫ ଜଣ ଫସି ରହିଛନ୍ତି। ଦଉଡ଼ି ଜରିଆରେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ ସୂଚନା ଦେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଆଜି ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ଯାଇ ଭେଟିବା ସହିତ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।

ଏହି ବିପର୍ଯ୍ୟୟ ପରଠାରୁ ମୁଖ୍ୟମନ୍ତ୍ରୀ ଲଗାତର ଲୋକଙ୍କ ସମ୍ପର୍କରେ ରହିଛନ୍ତି। ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିପର୍ଯ୍ୟୟ ପରଠାରୁ ମୁଖ୍ୟମନ୍ତ୍ରୀ ଲଗାତର ଲୋକଙ୍କ ସମ୍ପର୍କରେ ରହିଛନ୍ତି। ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରାଖଣ୍ଡ ଚାମୋଲିର ତପୋବନରେ ରବିବାର ହିମସ୍ଖଳନ ହୋଇଥିଲା। ଏଥିରେ ଧୋଇ ହୋଇଯାଇଛି ଉପକୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ଅନେକ ଜନବସତି। ହଠାତ୍ ପାଣି ମାଡ଼ି ଆସିବାରୁ ଏକ ନିର୍ମାଣଧୀନ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୦୦-୧୫୦ଲୋକ ପାଣିରେ ବହିଯାଇଥିଲେ। ଏଥିସହ ବନ୍ୟାପାଣି ମାଡ଼ିଯାଇ ପାଖ ଆଖ ଗାଁଗୁଡ଼ିକ ମଧ୍ୟ ଭାସି ଯାଇଥିଲା। ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comment