ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆରଟିଓ ଅଫିସ୍‌ ସମ୍ମୁଖରେ ଲାଗିବନି ଲମ୍ବା ଧାଡ଼ି
  • ଅନଲାଇନରେ ମିଳିବ ପରିବହନ ସେବା
  • ଆରଟିଓ କାର୍ଯ୍ୟାଳୟକୁ ପେପରଲେସ୍ କରିବାକୁ ଯୋଜନା
  • ଡିଜିଟାଲ ପ୍ଲାଟଫର୍ମରେ ପରିବହନ ଯୋଗାଇବାରେ ଓଡ଼ିଶା ଦେଶରେ ପ୍ରଥମ

ଏଣିକି ଲୋକଙ୍କୁ ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଲୋକମାନେ ଘରେ ବସି ଅନଲାଇନରେ କରିପାରିବେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ପଞ୍ଜୀକରଣ।

ଏଥିସହିତ ଯାତ୍ରୀ ଓ ମାଲ ପରିବହନ କରୁଥିବା ଗାଡ଼ିର ପରମିଟ୍ ମଞ୍ଜୁରି, ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପାଇଁ ଆବେଦନ, ରାଜ୍ୟ ଭିତରେ ଥିବା ଯେକୌଣସି ଆରଟିଓକୁ ନିଜ ଗାଡ଼ିର ମାଲିକାନା ସ୍ଥାନାନ୍ତରଣ ଇତ୍ୟାଦି ୯ଟି ଅନଲାଇନ ପରିବହନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପରିବହନ ବିଭାଗ ଦ୍ୱାରା ପ୍ରସ୍ତୁତ ଉମଙ୍ଗ ଆପକୁ ସମସ୍ତେ ନିଜ ମୋବାଇଲରେ ଡାଉନଲୋଡ଼ କରି, ସେଥିରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଏହି ଉମଙ୍ଗ ଆପକୁ ବୁଧବାର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆରଟିଓ କାର୍ଯ୍ୟାଳୟ ଆଗରେ ଲାମ୍ବା ଲାଇନ ଲଗାଇ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା। ତେବେ ଏହି ସୁବିଧା ପରେ ଲୋକଙ୍କୁ ଆଉ ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ।  ଏହି ସେବା ଯୋଗାଇବା ଦ୍ୱାରା ପରିବହନ ସେବା କ୍ଷେତ୍ରରେ ଏକ ପ୍ରକାର ଶୃଙ୍ଖଳା ଓ ସ୍ୱଚ୍ଛତା ରହିବ।

ତେବେ ମୋବାଇଲ ଆପ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ। ବିଶେଷକରି ଆରଟିଓ କାର୍ଯ୍ୟାଳୟକୁ ପେପର ମୁକ୍ତ କରିବା, ଲୋକଙ୍କ ନିକଟରେ ସହଜ ଓ ସୁବିଧାରେ ସେବା ଯୋଗାଇ ଦେବା ହେଉଛି ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ।

Comment