ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ରଥକାଠ। ପରମ୍ପରା ଅନୁସାରେ ସବୁବର୍ଷ ଭଳି ଏବର୍ଷ ମଧ୍ୟ ନୟାଗଡ଼ରୁ ପୁରୀ ଅଭିମୁଖେ ବାହାରିଥିଲା କାଠ। ୨ଟି ଟ୍ରକରେ ନୟାଗଡ଼ ବନଖଣ୍ଡରୁ ସମୁଦାୟ ୪୯ଖଣ୍ଡ କାଠ ବଡ଼ଦାଣ୍ଡର ରଥଖଳାରେ ପହଞ୍ଚିଛି। ଶ୍ରୀପଞ୍ଚମୀ ଦିନ ଅର୍ଥାତ୍ ଫେବ୍ରୁଆରି ୧୬ରେ ବଡ଼ଦାଣ୍ଡରେ ରଥକାଠ ଅନୁକୂଳ କରାଯିବ।

ଗତ ଜାନୁଆରି ମାସରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ମୂଳର ମା’ ବଡ଼ରାଉଳଙ୍କ ପୀଠରେ ରଥକାଠ ସଂଗ୍ରହ ପାଇଁ ପୂଜା ଅର୍ଚ୍ଚନା ହୋଇଥିଲା।

ରଥକାଠ ସଂଗ୍ରହ ନିମନ୍ତେ ମହାପ୍ରଭୁଙ୍କ ମାଳ, ଖଣ୍ଡୁଆ ଓ ମାହାର୍ଦ୍ଦ ଧରି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ରଥ ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ନୟାଗଡ଼ରେ ପହଞ୍ଚିଥିଲେ।

Comment