ଓଡ଼ିଶାଲାଇଭ୍ ବ୍ୟୁରୋ

birsa munda hockey stadiumଦ୍ଵିତୀୟଥର ପାଇଁ ୨୦୨୩ରେ ଓଡ଼ିଶା ଆୟୋଜନ କରିବାକୁ ଯାଉଛି ପୁରୁଷ ହକି ବିଶ୍ଵକପ୍। ଏଥର ଭୁବନେଶ୍ଵର ସହିତ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ମଧ୍ୟ ହେବ ହକି ମହାକୁମ୍ଭ। ଏଥି ନିମନ୍ତେ ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ପାଇଁ ମଙ୍ଗଳବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡିୟମକୁ ସହିଦ୍ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ସୁନ୍ଦରଗଡ଼ବାସୀଙ୍କୁ ନୂଆବର୍ଷ ଭେଟି ଦେଇ ସେଠାରେ ଏକ ବିଶ୍ଵସ୍ତରାୟ ହକି ଷ୍ଟାଡିୟମ କରିବା ପାଇଁ ଗତ ଡିସେମ୍ଵରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାପରେ ଷ୍ଟାଡିୟମର ରୂପରେଖ କ’ଣ ହେବ ତା’ର ସ୍ଥିତି ଅନୁଧ୍ୟାନ ପାଇଁ ଜାନୁଆରିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍ ରାଉରକେଲା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। ୨୦୨୨ ମଧ୍ୟଭାଗ ଆଡ଼କୁ ଷ୍ଟାଡିୟମର ନିର୍ମାଣ କାମ ଶେଷ ହେବାନେଇ ଧାର୍ଯ୍ୟ ହୋଇଥିଲା। ଏଥିରେ ଅନ୍ତର୍ଜାତୀୟମାନର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।birsa munda hockey stadiumମିଳିବ ସବୁ ପ୍ରକାର ଆଧୁନିକ ସୁବିଧା

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବ, ଯାହାକି ଦର୍ଶକମାନଙ୍କୁ ଅନ୍ୟ ଷ୍ଟାଡିୟମଠାରୁ ସ୍ଵତନ୍ତ୍ର ଅନୁଭବ ଦେଇପାରିବ। ଏଥିରେ ମୁଖ୍ୟ ପିଚ୍ ସହ ଫ୍ଲଡ ଲାଇଟ୍, ଅଭ୍ୟାସ ପିଚ୍, ଜିମ୍, ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ରେଡିଓ ସେଣ୍ଟର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।birsa munda hockey stadiumଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ

ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ୧୫ ଏକର ସ୍ଥାନ ପରିମିତିରେ ନିର୍ମାଣ ହେବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଏହା ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ହେବ। ବିଶ୍ଵସ୍ତରୀୟ ଖେଳ ପାଇଁ ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏଥି ସହ ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ଆଷ୍ଟ୍ରୋଟର୍ଫୟୁକ୍ତ ହେବ ଷ୍ଟାଡିୟମ୍

ସହିଦ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଅନ୍ତର୍ଜାତୀୟମାନର ସୁବିଧା ଦେବା ପାଇଁ ଷ୍ଟାଡିୟମର ମୁଖ୍ୟ ପିଚ୍‌କୁ ଆଷ୍ଟ୍ରୋଟର୍ଫ ବିଶିଷ୍ଟ କରାଯିବ। ଏଥିସହ ଅଭ୍ୟାସ ଗ୍ରାଉଣ୍ଡକୁ ମଧ୍ୟ ଆଷ୍ଟ୍ରୋଟର୍ଫଯୁକ୍ତ କରାଯିବ।birsa munda hockey stadiumଅଭ୍ୟାସ ପିଚ୍

ଖେଳାଳିମାନେ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମରେ ମୁଖ୍ୟ ପିଚ୍ ସହ ଅଭ୍ୟାସ ପିଚ୍‌ ଉବଲବ୍ଧ ହେବ। ଫଳରେ ଗୋଟିଏ ପଟେ ମ୍ୟାଚ୍ ଚାଲିଥିଲେ ମଧ୍ୟ ଅନ୍ୟ ପିଚ୍‌ରେ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିପାରିବେ।

ଉଚ୍ଚ କ୍ଷମତାଯୁକ୍ତ ଆଲୋକ ବ୍ୟବସ୍ଥା

ଷ୍ଟାଡିୟମରେ ଉଚ୍ଚ କ୍ଷମତା ବିଶିଷ୍ଟ ଫ୍ଲଡ୍ ଏଲଇଡି ଲାଇଟର ବ୍ୟବସ୍ଥା କରାଯିବ। ରାତ୍ରିକାଳୀନ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଏହି ଅତ୍ୟାଧୁନିକ ଆଲୋକିକରଣ ବ୍ୟବସ୍ଥା ଉପଲବ୍ଧ ହେବ।

Comment