ଓଡ଼ିଶାଲାଇଭ୍ ବ୍ୟୁରୋ

ଗତବର୍ଷ କରୋନା ଯୋଗୁଁ ସିନେମା ହଲ୍‌ ବନ୍ଦ ଥିଲା। ଫଳରେ ଅନେକ ଫିଲ୍ମ ରିଲିଜ ହୋଇନଥିଲା। ଏବେ କିନ୍ତୁ ସିନେମା ହଲ୍‌ଗୁଡ଼ିକ ଖୋଲିଲାଣି। ସବୁଠୁ ଖାସ୍‌ କଥା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବା ପାଇଁ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଆୁଣିଛି ୟଶରାଜ ଫିଲ୍ମସ। ଚଳିତ ବର୍ଷ ୟଶରାଜ ଫିଲ୍ମସ ବ୍ୟାନରରୁ ୫ଟି ଫିଲ୍ମଟି ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ୁଛି।

ୟଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ସମସ୍ତ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଥାଏ। ତେଣୁ ଆଗକୁ ରିଲିଜ ହେବାକୁ ଥିବା ସମସ୍ତ ଫିଲ୍ମ ଦର୍ଶକଙ୍କ ପସନ୍ଦକୁ ଆସିବ ବୋଲି ସିନେ ନିର୍ମାତାମାନେ ଆଶା ରଖିଛନ୍ତି।

‘ସନ୍ଦିପ ଔର ପିଙ୍କି ଫରାର’

ଅର୍ଜୁନ କପୁର ଓ ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ର ରିଲିଜ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୧୯ ତାରିଖରେ ଫିଲ୍ମହଲରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ। ଏହା ଏକ କମେଡି ଫିଲ୍ମ ହୋଇଥିବା ଜଣାପଡ଼ିଛି। ଅଭିନେତା ଅର୍ଜୁନ କପୁର ଏଥିରେ ହରିୟାଣା ପୋଲିସ ଅଫିସର ଭାବେ ନଜର ଆସିବେ ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରା କରପୋରେଟ ସେକ୍ଟରର ଜଣେ କର୍ମଚାରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଏହି ଫିଲ୍ମରେ ଅର୍ଜୁନ କପୁରଙ୍କ ନା ପିଙ୍କି ଦହିୟା ହୋଇଥିବାବେଳେ, ପରିଣିତିଙ୍କ ନା ସନ୍ଦୀପ କୌର ରହିଛି।

‘ବଣ୍ଟି ଔର ବବ୍‌ଲି ୨’

ଏହି ଫିଲ୍ମଟି ଆସନ୍ତା ଏପ୍ରିଲ ୨୩ ତାରିଖରେ ରିଲିଜ ହେବାକୁ ଯାଉଛି। ଏଥିରେ ବଣ୍ଟି ଓ ବବ୍‌ଲି ଭୂମିକାରେ ନଜର ଆସିବେ ବଲିଉଡ଼ର ନୂଆ ଯୋଡ଼ି। ବଣ୍ଟି ଭୂମିକାରେ ଅଭିନୟ କରିବେ ସିଦ୍ଧାର୍ଥ ଚର୍ତୁବେଦୀ ଓ ବବ୍‌ଲି ଭୂମିକାରେ ଦର୍ଶକଙ୍କ ପାଖରେ ପହଞ୍ଚିବେ ମୁଲ୍‌ଗୀ ସର୍‌ବରୀ।

‘ଶମଶେର’

ଅଭିନେତା ରଣବୀର କପୁର, ବାଣୀ କପୁର ଓ ସଞ୍ଜୟ ଦତ୍ତଙ୍କ ଦମଦାର୍ ଫିଲ୍ମ ଶମଶେର ଜୁନ ୨୫ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ, ଏହାର ପ୍ରଜୋଜକ ରହିଛନ୍ତି ନିର୍ମାତା ଆଦିତ୍ୟ ଚୋପ୍ରା ଓ ୟସ୍‌ରାଜ ଚୋପ୍ରା।

‘ଜୟେଶଭାଇ ଜୋରଦାର’

ସାନଦାର ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଏହି ଫିଲ୍ମଟି ଅଗଷ୍ଟ ୨୭ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ଭୂମିକାରେ ନଜର ଆସିବେ ଶାଲିନୀ ପାଣ୍ଡେ, ବୋମନ ଇରାନୀ ଓ ରତ୍ନା ପାଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଦିବ୍ୟାଙ୍ଗ ଠକରଙ୍କର ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି।

‘ପୃଥ୍ୱୀରାଜ’

ଖିଲାଡ଼ି ହିରୋ ଅକ୍ଷୟ କୁମାର ଓ ମାନୁଷୀ ଛିଲଙ୍କ ଅଭିନୀତ ଏହି ଫିଲ୍ମ ୫ ନଭେମ୍ବରକୁ ଦୀପାବଳି ଅବସରରେ ରିଲିଜ ହେବ। ଏଥିରେ ସଞ୍ଜୟ ଦତ୍ତଓ ସୋନୁ ସୁଦ ଏହେମ ଭୂମିକା ନିଭାଉଥିବାର ନଜର ଆସିବେ। ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଡା. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ।

୨୦୨୦ ବର୍ଷ କରୋନା ମହାମାରୀ ସମୟରେ ଫିଲ୍ମ ନିର୍ମାତା ଓ କଳାକାରମାନେ ବେଶ୍ ପ୍ରଭାବିତ ହୋଇଥିଲେ। ଦେଶରେ ତାଲାବନ୍ଦ ଯୋଗୁଁ ବନ୍ଦ ରହିଥିଲା ସମସ୍ତ ସିନେମା ହଲ୍ । ତେଣୁ ସେହି ସମୟରେ କିଛିଟା ହାତଗଣତି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। କିନ୍ତୁ ଏବେ ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଥିବାରୁ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି। ଏହାରି ମଧ୍ୟରେ ୨୦୨୧ ବର୍ଷ ପାଇଁ ୟସ୍ ରାଜ ଚୋପ୍ରାଙ୍କ ବ୍ୟାନରରେ ୫ଟି ବଲିଉଡ଼ ଫିଲ୍ମ ରିଲିଜ ହେବାକୁ ଯାଉଛି।

Comment