ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକା ପ୍ରଦାନ କ୍ଷେତ୍ରରେ କେଉଁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯିବ, ସେନେଇ କେବଳ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାପାଇଁ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନା ଟିକା ସୀମିତ ପରିମାଣରେ ରହିଛି। ତେଣୁ ଜରୁରୀ ଆବଶ୍ୟକତାକୁ ନଜରରେ ରଖି, କେଉଁ ବର୍ଗର ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ, ସେ ନିଷ୍ପତ୍ତି ରାଜ୍ୟସରକାର ନେବେ କହିଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କରୋନା ସଂକ୍ରମଣ ପାଇଁ ଗତ ମେ ମାସରୁ କୋର୍ଟର କାର୍ଯ୍ୟ ବନ୍ଦ ରହିଥିଲା। ଏବେ ସ୍ଥିତି ସ୍ୱାଭାବିକ ଥିବାରୁ ପୂର୍ବଭଳି ସମସ୍ତ କାର୍ଯ୍ୟ କୋର୍ଟରେ ହୋଇିପାରିବ ବୋଲି ଅନୁମତି ଦେଇଛନ୍ତି ହାଇକୋର୍ଟ।

Comment