ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ବେଳେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଧର୍ତ୍ତବ୍ୟ ଅପରାଧ ଘଟଣା ପଞ୍ଜିକୃତ ହୋଇଛି। ବିଧାନସଭାରେ ଏ କଥା କହିଛନ୍ତି ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର।

ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ମାର୍ଚ୍ଚ ଓ ଡିସେମ୍ବର ଏହି ଦଶ ମାସ ଭିତରେ ୧୧୩୪୨୦ଟି ଅପରାଧ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୫୧୬୧୭ ଜଣଙ୍କୁ ଗିରଫ କରାଯାଇଛି।

ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢୁଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ ୪୨୩୭ ସାଇବର ଅପରାଧ ଘଟିଛି। ଏଥି ଭିତରୁ ୧୩୧୯ ମାମଲା ମହିଳାଙ୍କ କ୍ଷେତ୍ରରେ ଘଟିଥିବା ବେଳେ ୨୭୦୪ ମାମଲା ଠକେଇ ସମ୍ପର୍କିତ। ଏହି ସବୁ ଅପରାଧ ପାଇଁ ୯୭୪ ଅପରାଧୀ ଗିରଫ ହୋଇଥିବା ବେଳେ ଜଣେ ମାତ୍ର ଦୋଷୀ ସାବ୍ୟସ୍ତ ହୋଇଛି।

Comment