ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଙ୍ଗଳବାର ଶ୍ରୀଜୀଉଙ୍କ ମାଘଶୁକ୍ଳ ବଡ଼ ଏକାଦଶୀ ଏବଂ ରାଜରାଜେଶ୍ୱର ବେଶ ନୀତି ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ମାଘ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଅବସରରେ ଏହି ବଡ଼ ଏକାଦଶୀ ନୀତି ପାଳିତ ହେଉଥିବା ବେଳେ ମନ୍ଦିରରେ ଶ୍ରୀସତ୍ୟନାରାୟଣ ପୂଜା ହୋମ ମଧ୍ୟ କରାଯାଇଥାଏ।

ନବରଙ୍ଗପୁରବାସୀଙ୍କ ମଙ୍ଗଳ କାମନା କରି ଏହି ସତ୍ୟନାରାୟଣ ପୂଜା ଓ ହୋମ ଆଦି କରାଯାଇଥାଏ। ପ୍ରତି ବର୍ଷ ବହୁ ଆଡ଼ମ୍ଵରରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ଏଥର କୋରନା ପାଇଁ ସବୁକିଛି ନିରାଡ଼ମ୍ଵରଭାବେ ହୋଇଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଉତ୍ସବ ପାଳନ ସମୟରେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଥିଲା। ତେଣୁ କରୋନା ନିୟମ ଅନୁସାରେ ସମସ୍ତ ଭକ୍ତମାନେ ମାସ୍କ ପିନ୍ଧି ଏବଂ ହାତକୁ ସାନିଟାଇଜ କରି ମନ୍ଦିର ଭିତରକୁ ପ୍ରବେଶ କରିବା ସହିତ ସାମାଜିକ ଦୂରତା ବଜାୟ ରଖି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।ଆଜିର ଏହି ନୀତି ସମୟରେ ରାଜପୁରୋହିତ ନରସିଂହ ତ୍ରିପାଠୀ, ମନ୍ଦିର ପୂଜକ ଶେଷ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଲକ୍ଷ୍ମୀ ମନ୍ଦିର ପୂଜକ ରବିନ୍ଦ୍ର ଶତପଥୀ, ସେବାୟତ ସୁମିତ ପାଳ, ବବୁଲୁ ଦାସ, ପପୁ ତ୍ରିପାଠୀ, ମାଳି ସେବାୟତ ମିନ ନାୟକ, ଚୈତନ୍ୟ ନାୟକ ପରିଚାଳନା କମିଟିର ସଭାପତି ନରସିଂହ ତ୍ରିପାଠୀ, ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗର ସଭାପତି ନରେଶ ତ୍ରିପାଠୀ, ଉପ ସଭାପତି ଭବାନୀ ଶଙ୍କର ଶତପଥୀ, ସାଧାରଣ ସମ୍ପାଦକ କୁନା ପାତ୍ର, ଦୁର୍ଗା ତ୍ରିପାଠୀ, ମିଟୁ ଶତପଥୀ ପ୍ରମୁଖଙ୍କ ସମେତ ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Comment