ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଓଡ଼ିଶା ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ପୌରାଞ୍ଚଳର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କରୋନା କଟକଣା ମାନି ଯାତ୍ରା ପରିବେଷଣ ହେବ। ସେହିପରି ଯାତ୍ରାରେ ପରିବେଷଣ ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ।

  • ସିଟ୍‌ ମଧ୍ୟରେ ୬ ଫୁଟ୍‌ ଦୂରତା ରହିବ।
  • ରୋଗାକ୍ରାନ୍ତଙ୍କୁ ଯାତ୍ରା ମନା।
  • ଅନଲାଇନ ଟିକଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ।
  • ଯାତ୍ରାରେ କଟକଣା ଉଲ୍ଲଙ୍ଘନ କଲେ  ଆୟୋଜକ ଦାୟୀ ରହିବେ।
  • ଅନ୍ୟପଟେ ବାହାଘର ଓ ଅନ୍ତିମ ସଂସ୍କାରରେ ୫୦୦ ଲୋକଙ୍କୁ ଅନୁମତି ମିଳିବ।
  • ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ।
  • ଧାର୍ମିକ, ରାଜନୈତିକ, କ୍ରୀଡ଼ା କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି।
  • ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ମାଧ୍ୟତାମୂଳକ।
  • କରୋନା କଟକଣା ମାନି ସେଲୁନ, ସ୍ପା ଖୋଲା ରହିବ।
  • କେନ୍ଦ୍ରର ନିୟମ ଅନୁସାରେ ଅବରୋଧ ଅଞ୍ଚଳ ଘୋଷଣା କରିପାରିବେ।
  • ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ।
  • ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଲେ ସରକାର।
  • ସମାନ ସ୍କୁଲରେ କ୍ଲାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରିବାକୁ କହିଲେ।
  • ବର୍ତ୍ତମାନ ସ୍ଥିତିକୁ ଦେଖି ଅନଲାଇନରେ ପରୀକ୍ଷା କରିବାକୁ ପରାମର୍ଶ।
  • ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପରାମର୍ଶ।

Comment