ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନି ଏହି ଷ୍ଟିଲ୍‌ ପ୍ଲାଣ୍ଟ କରିବ। ଏଥିପାଇଁ ଗୁରୁବାର ଓଡ଼ିଶା ସରକାରଙ୍କର ଆର୍ସେଲର ମିତ୍ତଲ କମ୍ପାନି ସହିତ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ୍‌ ଏନ୍‌ ମିତ୍ତଲଙ୍କ ଉପସ୍ଥିତିରେ ଲୋକସେବା ଭବନର ନୂଆ ସମ୍ମିଳନୀ କକ୍ଷରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ଏହି ପ୍ଲାଣ୍ଟରୁ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରାଯିବ। ଏଥିପାଇଁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବ ଏହି ଆର୍ସେଲର ମିତ୍ତଲ କମ୍ପାନି।

ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ନୂଆ ଶିଳ୍ପାଞ୍ଚଳ ଗଢିଉଠିବ। କେନ୍ଦ୍ରାପଡା ଜିଲ୍ଲାର ବହୁଯୁବକ ଯୁବତୀ ରୋଜଗାର ପାଇପାରିବେ। ଏହା ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବ।

LEAVE A REPLY

Please enter your comment!
Please enter your name here