ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ମହାଶିବରାତ୍ରି ବା ଜାଗର। କିନ୍ତୁ ଏ ବର୍ଷ ମହାମାରୀ କରୋନା ଭୟ ଟଳି ନଥିବାରୁ ଜାଗର ପାଇଁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପଦୀପ ଜେନା।

ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଏହାସହିତ ଜାଗରରେ ମନ୍ଦିରେ ବସୁଥିବା ମେଳା ଉପରେ କଟକଣା ଲଗାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସେ ସବୁ ଜିଲ୍ଲାପାଳ ମ୍ୟୁନିସପାଲ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପ୍ରତିବର୍ଷ ଜାଗରରେ ରାଜ୍ୟବ୍ୟାପୀ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନାର ଆୟୋଜନ ହୋଇଥାଏ। ସକାଳୁ ଆରମ୍ଭ କରି ମହାଦୀପ ଉଠିବା ଯାଏଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗେ। ତେବେ ଏ ବର୍ଷ ଜାଗର ଉତ୍ସବ ବି କରୋନା ପାଇଁ ଫିକା ପଡ଼ିବ। କଟକଣା ଭିତରେ ବିଭିନ୍ନ ମନ୍ଦିରେ ପୂଜା ହେବ।

Comment