ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ଉତ୍ସାହର ସହିତ ମହାଶିବରାତ୍ରି ପାଳନ କରିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଶ୍ରୀଲଡ଼ୁବାବା, ଓଡ଼ଗାଁର ଶ୍ରୀଦ୍ୱିତୀକେଶ୍ୱର ମହାଦେବ, କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଥିବା ସିଦ୍ଧେଶ୍ୱର ମହାଦେବ, ନୟାଗଡ଼ର ଶ୍ରୀଲୋକନାଥ ଦେବ ମନ୍ଦିର ସମେତ ଜିଲ୍ଲାର ସମସ୍ତ ଶିବ ମନ୍ଦିରରେ ମହାଶିବରାତ୍ରୀ ରୀତିନୀତି ସହ ଅନୁଷ୍ଠିତ ହୋଇଛି।

ସକାଳୁ ଶିବ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। କୋଭିଡ କଟକଣା ମଧ୍ୟରେ ସମସ୍ତ ମନ୍ଦିରରେ ଠାକୁର ଦର୍ଶନ କରିଥିଲେ ଭକ୍ତ। ଗତ ଦୁଇ ବର୍ଷ କୋଭିଡ କଟଣା ଯୋଗୁଁ ଶ୍ରଦ୍ଧାଳୁମାନ ଜାଗରରେ ନିରାଶ ହୋଇଥିଲେ। ଚଳିତ ଥର କଟକଣା କୋହଳ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଗାଜର ଅବସରରେ ଶ୍ରଦ୍ଧାଳୁମାନେ ଉପବାସ ପାଳନ କରିଥିଲେ। ସନ୍ଧ୍ୟାରେ ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତମାନେ ଦୀପ ଦାନ କରିଥିଲେ। ଶରଣକୁଳର ଶ୍ରୀ ଲଡ଼ୁବାବାଙ୍କ ପୀଠରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାଶିବରାତ୍ରି ପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା ମଙ୍ଗଳବାର ରାତି ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା।

Comment