ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରି। ହିନ୍ଦୁ ଧର୍ମରେ ଏହା ମହାଦେବଙ୍କ ସବୁଠୁ ବଡ଼ ଉତ୍ସବ। ବର୍ଷକ ଅପେକ୍ଷା ପରେ ପବିତ୍ର ଜାଗର ଦ୍ୱୀପ ଜାଳିବେ ଭକ୍ତ। ତେଣୁ ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ। ମନ୍ଦିରଗୁଡ଼ିକରେ ପ୍ରଭୁଙ୍କ ପୂଜା ପାଇଁ ହୋଇଛି ବଶେଷ ପ୍ରସ୍ତୁତି।

ରାଜଧାନୀ ଭୁବନେଶ୍ୱର ମଧ୍ୟ ବେଶ୍‌ ଚଳଚଞ୍ଚଳ ହୋଇ ପଡ଼ିଛି। କରୋନା ଯୋଗୁଁ ଲିଙ୍ଗରାଜରେ ମହାଦେବଙ୍କ ଦର୍ଶନ ଧାଡ଼ି ବ୍ୟବସ୍ଥା କରାଯାଇଛି। ରାଜ୍ୟର ଅନ୍ୟ ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ବି କରୋନା କଟକଣା ମାନି ଜାଗର ଉତ୍ସବକୁ ଶୃଙ୍ଖଳାରେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

କଟକର ଧବଳେଶ୍ୱର ମନ୍ଦିରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି। ସେହିପରି ଭଦ୍ରକ ଆରଡ଼ି ଆଖଣ୍ଡଳମଣିରେ  ପୂଜା ଅର୍ଚ୍ଚନା ହେଉଛି।

ପୁରୀରେ ବାବା ଲୋକନାଥଙ୍କ ମନ୍ଦିରରେ ଓ କୋରାପୁଟର ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟାପକ ବ୍ୟବସ୍ଥା ହୋଇଛି।

Comment