ଓଡ଼ିଶାଲାଇଭ୍ ବ୍ୟୁରୋ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଲିଙ୍ଗରାଜ ପୀଠ। ପ୍ରଶାସନ ପକ୍ଷରୁ ମନ୍ଦିର ବାହାରେ ଓ ଭିତରେ ଦୀପ ଲଗାଇବାକୁ ଅନୁମତି ମିଳିଛି। ଯଦି ସନ୍ଧ୍ୟାରେ ମନ୍ଦିରରେ ଭିଡ଼ ହୁଏ, ତେବେ ଦୀପ ଦାନ ବନ୍ଦ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ।

କରୋନା କଟକଣା ଭିତରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସଠିକ୍ ଭାବରେ ଚାଲିଛି । ସମସ୍ତେ ଧାଡ଼ି ବାନ୍ଧି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଅନ୍ୟପଟେ ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ସମୁଦାୟ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛି। ଏମାନଙ୍କ ମଧ୍ୟରେ ଶହେରୁ ଉର୍ଦ୍ଧ୍ୱ ଏଡିସିପି ଓ ଏସିପି ର‌୍ୟାଙ୍କର ଅଫିସର ରହିଛନ୍ତି। ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଗାଡ଼ି ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Comment