ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ କୋଭିଡ କଟକଣାରେ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପୂଜା। ସେଦିନ ମନ୍ଦିରକୁ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ବୟସ୍କ ଯାଇପାରିବେନି। ବିଡିଏ କାର୍ଯ୍ୟାଳୟରେ ଜାଗର ପ୍ରସ୍ତୁତି ବୈଠକ ପରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ଏନେଇ ସୂଚନା ଦେଇଛନ୍ତି।

  • ଜାଗର ଦିନ ଭକ୍ତ ଗର୍ଭ ଗୃହକୁ ପ୍ରବେଶ କରିପାରିବେନି।
  • ଆଡ଼କାଠରେ ରହି ଭକ୍ତ ଠାକୁର ଦର୍ଶନ କରିବେ।
  • ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯିବ।
  • କୋଭିଡ କଟକଣା ମାନି ଦର୍ଶନ କରିବେ ଭକ୍ତ।
  • ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପାଣି ବ୍ୟବସ୍ଥା କରାଯିବ।
  • ଏଥର ରାତି ୧୦ ଟା ସୁଦ୍ଧା ବାବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ।

ପ୍ରତି ବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଧୁମଧାମରେ ପାଳିତ ହୋଇଥାଏ ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ତେବେ କରୋନା ଯୋଗୁଁ ଏବର୍ଷ ଭକ୍ତଙ୍କ ସମାଗମ ସୀମିତ ରହିବାର ସମ୍ଭାବନା ରହିଛି।

Comment