ଓଡ଼ିଶାଲାଇଭ୍ ବ୍ୟୁରୋ

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ତଥା ମହାଶିବରାତ୍ରୀ ଅବସରରେ ଗୁରବାର ଶୁଭପଲ୍ଲବ ପ୍ରକାଶନର ପ୍ରଥମ ପୁସ୍ତକ ‘ଶଙ୍ଖନାଦ’ ଉନ୍ମୋଚିତ ହୋଇଛି। ଗାଳ୍ପିକ ପ୍ରମୋଦ ପଣ୍ଡାଙ୍କ ରଚିତ ଏହି ଗଳ୍ପ ସଂକଳନଟିକୁ ଏକ ଜୁମ୍ କଲ୍ ମାଧ୍ୟମରେ ଉନ୍ମୋଚନ କରାଯାଇଛି।

ଏହି ଅବସରରେ ଲେଖିକା ଡକ୍ଟର ସୁଲଗ୍ନା ମହାନ୍ତି, ସମ୍ବାଦ ଉପସ୍ଥାପିକା ଇତିଶ୍ରୀ ନାୟକ, ରିପୋର୍ଟର୍ ସୌମ୍ୟା ପରିଡ଼ା, ଯୁବ ଉଦ୍ୟୋଗପତି ମୟୂରେଶ ଦାଶ, କବି ତୃପ୍ତି ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ। ସେହିପରି ଗାଳ୍ପିକ ପ୍ରମୋଦ ପଣ୍ଡା ତାଙ୍କ ପୁସ୍ତକକୁ ନେଇ ସମସ୍ତଙ୍କୁ ନିଜର ଅନୁଭୁତି କହିଥିଲେ।ଏହି ବହିଟି ପ୍ରମୋଦ ପଣ୍ଡାଙ୍କ ୧୯୭୭ ମସିହାର ପ୍ରଥମ ମୁଦ୍ରିତ ପୁସ୍ତକ ପରର ୨ୟ ଗଳ୍ପ ସଂକଳନ ଅଟେ। ଶୁଭପଲ୍ଲବ ପ୍ରକାଶନ ପକ୍ଷରୁ ଏହାକୁ ପ୍ରକାଶିତ କରାଯାଇଥିବା ବେଳେ ସମ୍ବିତ ଦାସ ଏହାର କଭର୍ ଫଟୋ ଡିଜାଇନ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଶୁଭପଲ୍ଲବର ସମ୍ପାଦକ ତାପସ ରଞ୍ଜନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗ୍ରାମ କେଶରୀ ସେନାପତି ସଭା ପରିଚାଳନା କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବିନୟ ମହାପାତ୍ର, ଡକ୍ଟର ରଶ୍ମୀରଞ୍ଜନ ସାହୁ, ରାଜଶେଖର ସି, ସାଇ ପ୍ରକାଶ, ଡକ୍ଟର ଅକ୍ଷୟ ଗୋଚ୍ଛାୟତ, ବିମଳେନ୍ଦୁ ଷଡ଼ଙ୍ଗୀ, ସମ୍ବିତ ଦଳାଇ, ମାନସ ରଞ୍ଜନ ଦାଶ, ସମିତା ସାହୁ, ମାନସ ପଣ୍ଡା, ମାନସୀ ପୂଜାରୀ, ରିଶି ଏସ୍, ପ୍ରଜ୍ଞା ମହାପାତ୍ର, ସୁଦୀପ ରୋହନ, ଦୀପଙ୍କର ପଣ୍ଡା, ସୋନାଲି ସାହୁ, ଜ୍ୟୋତ୍ସ୍ନା ଜେନା, ଚନ୍ଦ୍ରକାନ୍ତି ପ୍ରଧାନ, ଶାନ୍ତନୁ କୁମାର, ମଞ୍ଜୁଳା ସାମଲ ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here