ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଗୋଟିଏ ନମ୍ବର ଡାଏଲ କରି ଓଡ଼ିଶାବାସୀ ପାଇବେ ଜରୁରୀକାଳୀନ ସୁବିଧା। ପୋଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇବା ପାଇଁ ଗୋଟିଏ ନମ୍ବର ‘୧୧୨’ ଡାଏଲ କରିବାକୁ ପଡ଼ିବ। ଶୁକ୍ରବାର ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ସମସ୍ତ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ। ପୂର୍ବରୁ ଜନସାଧାରଣ ଅଲଗା ଅଲଗା ସେବା ପାଇବା ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରୁଥିଲେ। ଯେପରିକି ପୋଲିସ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ୧୦୮, ଅଗ୍ନିଶମ ୧୦୧, ଜନନୀ ଏକ୍ସପ୍ରେସ ୧୦୨, ଟ୍ରାଫିକ ୧୦୯୫, ମହିଳାଙ୍କ ପାଇଁ ୧୦୯୧ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୦୯୦ ହେଲ୍‌ପ ଲାଇନ ନମ୍ବର ରହିଥିଲା। ଏହାଦ୍ୱାରା ଅନେକ ସମୟରେ ନମ୍ବର ଡାଏଲ୍ କରିବାରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। ଗୋଟିଏ ନମ୍ବର ରହିବା ଦ୍ୱାରା ଲୋକମାନଙ୍କ ପାଇଁ ମନରଖିବାରେ ସହଜ ହେବ। ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ‘୧୧୨’ ନମ୍ବରର ଶୁଭାରମ୍ଭ କରିବେ।

ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ସ୍ତ୍ରରରେ ଜାରି କରାଯାଇଥିଲା ଏକକ ହେଲ୍‌ପ ଲାଇନ ନମ୍ବର। ପ୍ରଥମ ପର୍ଯ୍ୟାୟରେ ଏହା ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ।

Comment