ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସଚିନ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ସହ ଘରେ କ୍ୱାରେଣ୍ଟାଇନରେ ଥିବା ସେ କହିଛନ୍ତି।

ସଚିନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ସମମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ସଚିନ । ଏହାସହିତ ତାଙ୍କର ଚିକିତ୍ସା କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ ଦେଶରେ ଏବେ କରୋନା ସ୍ଥିତି ସାଘାଂତିକ ରୂପ ନେଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୬୦ ହଜାର ଟପିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୨୯୧ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here