ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଓଡ଼ିଶା ଲୋକଙ୍କୁ ଡରାଇବାରେ ଲାଗିଛି କରୋନା ଭାଇରସ୍। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଦୁଇ ଦିନହେବ ରାଜ୍ୟରେ ଚିହ୍ନଟ ହେଉଛନ୍ତି ୪ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ। କିଛି ଦିନର ବ୍ୟବଧାନ ପରେ ପୁଣିଥରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଏହାକୁ ନଜରରେ ରଖି ସମସ୍ତ ଜିଲ୍ଲାପ୍ରଶାସନମାନଙ୍କ ତରଫରୁ କରୋନା ସତର୍କତା ପଦକ୍ଷେପ ନିଆଯାଉଛି। ଏହାରି ମଧ୍ୟରେ ଶନିବାର ସିଏମ୍‌ସି ନୂଆ ଗାଇଡଲାଇନ ଜାରି କରିଛି। ବିବାହ ଓ ଶୁଦ୍ଧିକ୍ରିୟାରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଗାଇଡଲାଇନ

  • ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି
  • ଶୁଦ୍ଧିକାର୍ଯ୍ୟରେ ସମୁଦାୟ ୫୦ଜଣ ସାମିଲ ହୋଇପାରିବେ
  • କଟକରେ ହେବନି ସମ୍ମିଳନୀ ଓ ସମାବେଶ
  • କୌଣସି ଅନୁଷ୍ଠାନରେ ଶତବାର୍ଷିକୀ, ଗୋଲ୍ଡେନ ଜୁବୁଲୀ, ସିଲଭର୍ ଜୁବୁଲୀ ପାଳନକୁ ମନା
  • ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ ଉପରେ ରୋକ
  • ସାମାଜିକ କାର୍ଯ୍ୟକ୍ରମ କରିବା ପୂର୍ବରୁ ଆୟୋଜକ ଆଣିବେ ସିଏମ୍‌ସିର ଅନୁମତି

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ଗାଇଡଲାଇନକୁ ଏପ୍ରିଲ ୬ରୁ କଡ଼ାକଡ଼ି ଭାବେ ପାଳନ କରାଯିବାନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଯଦି ଏହି ନିୟମକୁ କେହିନମାନନ୍ତି, ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comment