ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଦରକାର ପଡ଼ିଲେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଜାରି କରାଯିବ। ସୋମବାର ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

ଏବେ ପର୍ଯ୍ୟବେକ୍ଷକମାନେ ସୀମାବର୍ତ୍ତୀ ଅଞ୍ଚଳ ପରଦର୍ଶନ କରୁଛନ୍ତି। ଯେଉଁଠି କରୋନା ସଂକ୍ରମଣ ଅଧିକ ରହିଛି ସେଠାରେ ବେଶୀ ସଜାଗ ରହିବାକୁ କୁହାଯାଉଛି। ଟେଷ୍ଟିଂ କେମିତି ବଢ଼ିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଦରକାର ପଡ଼ିଲେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ରାଜ୍ୟରେ କରୋନା ଭାଇରସ୍‌ ପୁଣି କାୟା ବିସ୍ତାର କରୁଛି। ଏବେ ଦୈନିକ ସଂକ୍ରମଣ ୫ ଶହ ଛୁଇଁଲାଣି। ଆଜିଠାରୁ ୧୧ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିଲା ବେଳେ ଦିନବେଳା କର୍ଫ୍ୟୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Comment