ଓଡ଼ିଶାଲାଇଭ୍ ବ୍ୟୁରୋ

titli-touches Odisha at Gopalpur

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଗଞ୍ଜାମର ଗୋପାଳପୁର ଏବଂ ସୋନପୁର ବେଳାଭୂମି ବନ୍ଦ ରହିବ। ଏନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏଥିସହିତ ରାମଲିଙ୍ଗେଶ୍ଵର ପାର୍କ ଏବଂ ତାମ୍ପରା ହ୍ରଦକୁ ମଧ୍ୟ ପ୍ରତି ସୋମବାର ବନ୍ଦ ରଖାଯିବ। ସେହିପରି ଗଞ୍ଜାମର ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀ ମନ୍ଦିରକୁ ପ୍ରତି ବୁଧବାର ସାନିଟାଇଜ କରିବା ପାଇଁ ବନ୍ଦ ରଖାଯିବ।

ସାରା ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣିଥରେ ପିକ୍‌କୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗକୁ ଲକଡାଉନ ହେବା ଆଶଙ୍କା ନେଇ ବାହାର ରାଜ୍ୟରେ ଥିବା ପ୍ରବାସୀମାନେ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି। ଅନ୍ୟପଟେ ଜିଲ୍ଲାରେ ଏବେ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ତେଣୁ କଟକଣା ନ ଲାଗିଲେ ଗତଥର ପରି ଗଞ୍ଜାମରେ ପୁଣି କରୋନା ସ୍ଥିତି ଭୟାନକ ହୋଇଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Comment