ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଗ୍ରାମାଞ୍ଚଳର ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଏକ ବିସ୍ତୃତ ଯୋଜନା ତିଆରି କରାଯାଇଛି। ଯୋଜନା ଅନୁଯାୟୀ, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତତଃ ଗୋଟିଏ ପୂରା ରାସ୍ତା ନିର୍ମାଣ ହେବ।

ଏହି ରାସ୍ତାର ଲମ୍ବା ୧୫ରୁ ରୁ ୨୫ କିଲୋମିଟର ଭିତରେ ରହିବ। ଏହିପରି ରାସ୍ତା ତିଆରି ହେଲେ ଗ୍ରାମାଞ୍ଚଳ ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ଚିନ୍ତା କରାଯାଇଛି।

ଏହି ରାସ୍ତାର କ୍ୟାରେଜୱେ ଚଉଡ଼ା ସାଢ଼େ ୫ ମିଟର ରହିବ ଯାହା ଫଳରେ କି ମାଲ ପରିବହନ ସୁଗମ ହୋଇ ପାରିବ। ସବୁଠାରୁ ବଡ଼ କଥା ହେଲା ୨୦୨୧ -୨୨ ଆର୍ଥିକ ବର୍ଷ ମଧ୍ୟରେ ଏହି ରାସ୍ତା ନିର୍ମାଣ ହେବ। ଉନ୍ନୟନ କମିସନର ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Comment