ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀଶାଳୀ କ୍ରିକେଟ୍ ଲିଗ୍ ଭାବେ ଆଇପିଏଲ୍ ସାରା ବିଶ୍ୱରେ ପରିଚିତ। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ସବୁ ଦେଶର ଷ୍ଟାର ଖେଳାଳିମାନେ ଭାଗ ନେଇଥାନ୍ତି। ହେଲେ ଏଥିରେ ପାକିସ୍ତାନର ଖେଳାଳିମାନଙ୍କୁ ଦେଖିବାକୁ ମିଳେନାହିଁ।

ହେଲେ ଆପଣ ଜାଣିଛନ୍ତି କି? ପାକିସ୍ତାନର କିଛି ଖେଳାଳି ମଧ୍ୟ ଆଇପିଏଲ୍ ଖେଳିଛନ୍ତି। ତେବେ ସେମାନେ କିଏ ଆପଣ ଜାଣିଛନ୍ତି କି?

ଆଇପିଏଲର ପ୍ରଥମ ସଂସ୍କରଣରେ ୧୧ ଜଣ ପାକିସ୍ତାନୀ କ୍ରିକେଟର ସାମିଲ ହୋଇଥିଲେ। ହେଲେ ଏହାପରେ ମୁମ୍ବାଇ ଆକ୍ରମଣ କାରଣରୁ ଆଇପିଏଲରୁ ପାକିସ୍ତାନୀ କ୍ରିକେଟରୁ ବାଦ୍ ଦିଆଯାଇଥିଲା।

ଜାଣନ୍ତୁ, କେଉଁ ପାକିସ୍ତାନୀ ଖେଳାଳି କେଉଁ ଦଳ ପାଇଁ ଖେଳିଥିଲେ?

  • ସାହିଦ ଆଫିଦ୍ରି (ଡେକାନ ଚାର୍ଜସ)
  • ସୋହେଲ ତନଭୀର (ରାଜସ୍ଥାନ ରୟାଲ୍ସ)
  • ସୋଏବ ମଲ୍ଲିକ (ଦିଲ୍ଲୀ ଡେୟାରଡେଭିଲ୍ସ)
  • ସୋଏବ ଅଖତର (କୋଲକାତା ନାଇଟ୍ ରାଇଡର୍ସ)
  • ମିସବା ଉଲ ହକ୍ (ଆରସିବି)
  • ମହମ୍ମଦ ଆସିଫ୍ (ଦିଲ୍ଲୀ ଡେୟାରଡେଭିଲ୍ସ)
  • କମ୍ରାନ ଆକମଲ (ରାଜସ୍ଥାନ ରୟାଲ୍ସ)
  • ସଲମାନ ବଟ୍ଟ (କୋଲକାତା ନାଇଟ୍ ରାଇଡର୍ସ)
  • ଉମର ଗୁଲ (କୋଲକାତା ନାଇଟ୍ ରାଇଡର୍ସ)
  • ୟୁନିସ୍ ଖାନ୍ (ରାଜସ୍ଥାନ ରୟାଲ୍ସ)
  • ମହମ୍ମଦ ହାଫିଜ୍ (କୋଲକାତା ନାଇଟ୍ ରାଇଡର୍ସ)

Comment