ଓଡ଼ିଶାଲାଇଭ୍‌ ବ୍ୟୁରୋcovid testing centers-2

ଭାରତରେ ଏବେ କରୋନା ସଂକ୍ରମଣ ଭୟାନକ ରୂପ ନେଉଛି। ଦୈନିକ ସଂକ୍ରମଣ  ଏବେ ୨ ଲକ୍ଷ ପାର୍‌ କରିଛି। ତେବେ ଏହି ସଂକ୍ରମଣ ଆଗାମୀ ଦିନରେ ଆହୁରି ଚିନ୍ତାଜନକ ହେବ। ସଂକ୍ରମଣ ଏହିଭଳି ଜାରି ରହିଲେ ମେ’ ମାସ ସୁଦ୍ଧା ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବ। ଏକଥା ଦେଶର ଜଣେ ଜଣାଶୁଣା ଭାଇରୋଲୋଜିଷ୍ଟ ଡାକ୍ତର ସାହିଦ ଜମିଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ବ୍ୟାପୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନଗୁଡ଼ିକ ଅଧିକ ସଂକ୍ରାମକ। କିନ୍ତୁ ଏହି ନୂଆ ଷ୍ଟ୍ରେନ ଯୋଗୁଁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଦେଶରେ ଦେଖାଯାଇଥିବା ଟିକା ଅଭାବକୁ ଉପରେ ମତ ରଖି ସେ କହିଛନ୍ତି ଯେ, ସେରମ ଇନଷ୍ଟିଚ୍ୟୁଟ ମାସକୁ ଟିକାର ୫୦ରୁ ୬୦ ନିୟୁତ ଡୋଜ୍‌ ଟିକା ଉତ୍ପାଦନ କରେ। ସେହିପରି ଭାରତ ବାୟୋଟେକ୍‌ କମ୍ପାନି ମାସକୁ ୨୦ରୁ ୩୦ ନିୟୁତ ଡୋଜ୍‌ ଟିକା ଉତ୍ପାଦନ କରିପାରେ। ତେଣୁ ଦେଶରେ ଟିକାର ପ୍ରକୃତରେ ଅଭାବ ନାହିଁ। ବରଂ ଟିକା ଯୋଗାଣରେ କିଛି ସମସ୍ୟା ରହିଛି ବୋଲି ସେ କହିଛନ୍ତି।

Comment