ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଅଫଲାଇନ୍‌ କ୍ଲାସ ବନ୍ଦ ରହିବ। ଏହସହିତ ସମସ୍ତ ପରୀକ୍ଷା ମଧ୍ୟ ସ୍ଥଗିତ ରହିବ। କୋଭିଡ ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ହେବ ଏବଂ ଖାଲି କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ସିଲାବସ ଶେଷ ହେବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ କରାଯିବ। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ୫୦ କର୍ମଚାରୀଙ୍କୁ ନେଇ ଚାଲିବ। ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଚିଠି ଲେଖିଛନ୍ତି।

କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ୧୯ ତାରିଖରୁ ରାଜ୍ୟ ସମସ୍ତ ସ୍କୁଲ ମଧ୍ୟ ରହିବ। ଏହସହିତ ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ସ୍ଥଗିତ ରହିଲା ବୋଲି ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here