ଓଡ଼ିଶାଲାଇଭ୍ ବ୍ୟୁରୋcorona vaccine-1

ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କାହାସହ ଯୋଗାଯୋଗ କରିବେ ସେ ସମ୍ପର୍କରେ ସୂଚନା।

କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଦେଲେ ସେ ତୁରନ୍ତ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) କିମ୍ବା ଅନ୍ୟ ଘରୋଇ ଚିକିସାଳୟର ଫ୍ଲୁ-କ୍ଲିନିକ୍ ସହ ପରାମର୍ଶ କରିବା ଦରକାର। ସେଠାରେ ଲକ୍ଷଣ ଦେଖିବା ପରେ ଡାକ୍ତର କୋଭିଡ୍ ପରୀକ୍ଷା ପାଇଁ ପରାମର୍ଶ ଦେଇପାରନ୍ତି। ତେବେ କୋଭିଡ୍ ପରୀକ୍ଷା ଆବଶ୍ୟକ ହେଉ ନଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରି ଘରେ ବିଶ୍ରାମ ନିଅନ୍ତୁ।

କେଉଁଠି ପରୀକ୍ଷା କରିବେ?

ଯେଉଁ ରୋଗୀଙ୍କର କୋଭିଡ୍ ପରୀକ୍ଷା ଆବଶ୍ୟକ ଡାକ୍ତର ସେ ବାବଦରେ ପରାମର୍ଶ ଦେବେ। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ଏବଂ ସେକ୍ଟର-୬ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉଭୟ ଆରଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା ଲାଗି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାର ଜେପି ହସ୍ପିଟାଲ, ଭେସଜ ପଟେଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆଇଜିଏଚ୍ ଏବଂ ବନ୍ଦମୁଣ୍ଡାସ୍ଥିତ ରେଲୱେ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।

କୋଭିଡ୍ ଟେଷ୍ଟ କରାଉଥିବା ବ୍ୟକ୍ତିମାନଙ୍କ ସୂଚନା ପାଇଁ ରାଉରକେଲା ମହାନଗର ନିଗମ ୱେବସାଇଟରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରକାଶ କରାଯିବ।corona testକେଉଁଠି ଚିକିତ୍ସା କରିବେ?

କୌଣସି ବ୍ୟକ୍ତିଙ୍କର କୋଭିଡ୍ ରିପୋର୍ଟ ଯଦି ପଜିଟିଭ୍ ଆସେ ସେ ଯେକୌଣସି ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସା କରିପାରିବେ। ସବୁ ଘରୋଇ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ବେଡ୍ ସୁବିଧା ରହିଛି। ଯେକୌଣସି କୋଭିଡ୍ ପଜିଟିଭ୍ ବ୍ୟକ୍ତି ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ହାଇଟେକ୍ କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ।

ରାଉରକେଲାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତି ପହଞ୍ଚିବା ପରେ ତାଙ୍କର ସେଠାରେ ପରୀକ୍ଷା କରାଯିବ। ତାଙ୍କର ଚିକିତ୍ସା କୌଣସି ସରକାରୀ କୋଭିଡ୍ ହସ୍ପିଟାଲ ଯେପରିକି ହାଇଟେକ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କିମ୍ବା ଜେପି କୋଭିଡ୍ ହସ୍ପିଟାଲରେ କରାଯିବ।home isolation-2ହୋମ୍ ଆଇସୋଲେସନ

ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କର ପରୀକ୍ଷା ପରେ ଆବଶ୍ୟକ ହେଲେ ତାଙ୍କୁ ହୋମ୍ ଆଇସୋଲେସନ ପାଇଁ ଡାକ୍ତର ପରାମର୍ଶ ଦେଇପାରନ୍ତି। ତେଣୁ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହ ୧୪ ଦିନ ଯାଏଁ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ। ଘରେ ସଙ୍ଗରୋଧ ବେଳେ ରୋଗୀଙ୍କଠାରେ ଯଦି କୌଣସି ଲକ୍ଷଣ ଦେଖାଦିଏ ତାହାଲେ ସେ ୭୦୦୮୫୩୪୩୮୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପରିବାର ଲୋକେ କୋଭିଡ୍ ଟେଷ୍ଟ କରାଇନେବା ଆବଶ୍ୟକ।

କୋଭିଡ୍ ଚିକିତ୍ସା ଓ ପରାମର୍ଶ ପାଇଁ ବିଭିନ୍ନ ହସ୍ପିଟାଲର ଫୋନ ନମ୍ବର ଜାରି କରାଯାଇଛି। ହାଇଟେକ୍ ହସ୍ପିଟାଲ ୯୪୩୭୦୪୪୮୩୮, ୯୨୩୭୨୩୦୪୬୩। ଶାନ୍ତି ମେମୋରିଆଲ ହସ୍ପିଟାଲ ୭୨୦୫୩୧୮୧୦୧, ୦୬୬୧-୨୫୧୧୩୦୦, ୭୨୦୫୩୧୮୧୦୫(ଟିକାକରଣ) ଏବଂ ୭୨୦୫୩୧୮୧୦୪(ଫାର୍ମାସି)। ଜେପି ହସ୍ପିଟାଲ ୦୬୬୧-୨୪୬୧୧୦୦(ହେଲ୍ପଲାଇନ୍), ୮୧୧୮୦୬୦୭୪୯(କୋଭିଡ୍ୱାର୍ଡ), ୯୦୭୮୮୮୪୭୪୧(କୋଭିଡ୍ ଆଇସିୟୁ)।

Comment