ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କାଳରେ ପ୍ରବାସୀ ଶ୍ରମିକ ଏବଂ ଅସହାୟମାନଙ୍କୁ ସାହାଯ୍ୟ କରି ଦେବଦୂତର ଆଖ୍ୟା ପାଇଥିବା ବଲିଉଡ ଅଭିନେତା ସୋନୁ ସୁଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋନୁ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସୋନୁଙ୍କ ରିପୋର୍ଟ ପଜିଟିଭ ଆସିବାରେ ସେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି।
ଏହି ଖବର ବ୍ୟାପିବା ପରେ ଦେଶବ୍ୟାପୀ ସୋନଙ୍କ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
‘‘ଚିନ୍ତା କରିବାର କିଛି ନାହିଁ। ମୁଁ ଭଲ ଅଛି। ଏବେ ଅନ୍ୟମାନଙ୍କ ସମସ୍ୟା ବୁଝିବା ପାଇଁ ମତେ ଅଧିକ ସମୟ ମିଳିବ। ମୁଁ ସବୁବେଳେ ଆପଣମାନଙ୍କ ସହିତ ଅଛି’’, ଫ୍ୟାନ୍ସମାନଙ୍କ ଉଦ୍ଦେଶ୍ୟରେ ଟୁଇଟରେ ଏଭଳି ଲେଖିଛନ୍ତି ସୋନୁ।
କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ସୋନୁ ସୁଦ।