ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରୁ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରୁ ୨ଲକ୍ଷ ୯୫ହଜାର ୦୪୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୨୦୨୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦ୍ୱିତୀୟ ଲହରରେ ପ୍ରଥମଥର ପାଇଁ ମୃତ୍ୟୁ ସଂଖ୍ୟା ଦୁଇ ହଜାର ଟପିଛି।

ନୂଆ ପଜିଟିଭ୍ ସଂଖ୍ୟାକୁ ମିଶାଇ ଦେଶରେ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୧କୋଟି ୫୬ଲକ୍ଷ ୧୬ହଜାର ୧୩୦ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୨ହଜାର ୫୫୩ରେ ପହଞ୍ଚିଛି। କେନ୍ଦ୍ରର ତଥ୍ୟ ଅନୁସାରେ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୬୭ହଜାର ୪୫୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସମୁଦାୟ ୧କୋଟି ୩୨ଲକ୍ଷ ୭୬ହଜାର ୦୩୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ୍ ଦେଶରେ ୨୧ ଲକ୍ଷ ୫୭ହଜାର ୫୩୮ ସକ୍ରିୟ କେସ୍ ରହିଛି। ୧୩କୋଟି ୦୧ଲକ୍ଷ ୧୯ହଜାର ୩୧୦ଜଣଙ୍କୁ ଟିକାକରଣ କରାଯାଇଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା ମେ’ ୧ତାରିଖରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯିବ।

Comment