ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣର ହାର ବଢ଼ିବାରେ ଲାଗିଛି। କିଛିଦିନ ହେବ ରାଜ୍ୟରୁ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୧୪ ଚିହ୍ନଟ ହୋଇଥିବାବେଳେ, ୨୦୩୭ଟି ସ୍ଥାନୀୟ କେସ୍ ରହିଛି।
କ୍ରମାଗତ ଭାବରେ ସବୁ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ରିପୋର୍ଟ ମୂତାବକ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼। ସେଠାରୁ ୫୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ୪୮୬ଜଣ ଚିହ୍ନଟ ହୋଇଥିବାବେଳେ, କଟକରୁ ୩୦୪ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 20th April
New Positive Cases: 4851
In quarantine: 2814
Local contacts: 2037(Details of local contacts will be shared by concerned Dist Administration)
District Wise Cases:
1. Angul: 111
2. Balasore: 52
3. Bargarh: 318
4. Bhadrak: 73
5. Balangir: 227— I & PR Department, Odisha (@IPR_Odisha) April 21, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩ଲକ୍ଷ ୮୨ହଜାର ୩୧୫ରେ ପହଞ୍ଚିଛି। ସେହିପରି ଦିନକରେ ସୁସ୍ଥ ହୋଇଥିବା ୧୭୪୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ୩ଲକ୍ଷ ୪୯ହଜାର ୩୭୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୩୦୯୨୭ଟି ଆକ୍ଟିଭ୍ କେସ୍ ରହିଛି।
ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ପରିବର୍ତ୍ତନ ହୋଇଛି। କିଛିଦିନ ପୂର୍ବରୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହୁଥିବାବେଳେ, ଆଜି କରୋନାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କଟକ, ମୟୁରଭଞ୍ଜ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ, ନୂଆପଡ଼ା ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୮ରେ ପହଞ୍ଚିଛି।
ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ। ଆସନ୍ତା ମେ’ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ସୁରକ୍ଷା ପ୍ରତି ଧ୍ୟାନ ଦେଇ ବସ୍ ଷ୍ଟାଣ୍ଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଓ ବିମାନ ବନ୍ଦରରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି। ମାସ୍କ ଚେକିଂ ଜୋରଦାର୍ ଚାଲିଛି।














