ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଦାୟିତ୍ୱବାନ୍ କର୍ପୋରେଟ୍ ଭାବରେ ଜେଏସ୍‌ପିଏଲ୍ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରିକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇ ଆସୁଛି। କରୋନା ମହାମାରୀ ସମୟରେ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛି ଜେଏସ୍‌ପିଏଲ। ଏବେ ଦେଶର କିଛି ପ୍ରମୁଖ ରାଜ୍ୟମାନଙ୍କରେ ଅମ୍ଲଜାନ ସଙ୍କଟ ଦେଖା ଦେଇଛି। ଆଗକୁ ଏହି ପରିସ୍ଥିତି ଯେପରି ଓଡ଼ିଶାରେ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିଛି ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ କମ୍ପାନି।

କୋଭିଡ ମହାମାରୀ ସମୟରେ ଅମ୍ଲଜାନ ସଙ୍କଟକୁ ଦୃଷ୍ଟିରେ ରଖି ଅନୁଗୁଳ ଜେଏସ୍‌ପିଏଲ କମ୍ପାନିରେ ୫ଶହ ଟନ୍‌ରୁ ଅଧିକ ତରଳ ଅମ୍ଲଜାନ ଗଚ୍ଛିତ ଥିବା ଟୁଇଟ କରି ଜଣାଇଛନ୍ତି ଜେଏସ୍‌ପିଏଲ୍ କମ୍ପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲ।

ସେ ଆଉ ମଧ୍ୟ କହିଛନ୍ତି, “ଆମେ ବ୍ୟବହାରକାରୀଙ୍କ ଟ୍ୟାଙ୍କରକୁ ଅପେକ୍ଷା କରିଛୁ। ପ୍ରାଥମିକତା ଦୃଷ୍ଟିରୁ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ସ୍ଥିର କରାଯାଇଥିବା ହସ୍ପିଟାଲଗୁଡ଼ିକୁ ପ୍ରଥମେ ଅମ୍ଲଜାନ ଯୋଗାଇ ଦେବୁ। ମହାମାରୀ ବିରୋଦ୍ଧରେ ଚାଲିଥିବା ଲଢ଼େଇରେ ଜେଏସ୍‌ପିଏଲ୍ କମ୍ପାନି ସବୁବେଳେ ଦେଶ ସହିତ ରହିଛି ଏବଂ ରହିବ।”

ପୂର୍ବରୁ ଜେଏସ୍‌ପିଏଲର ଅଧ୍ୟକ୍ଷ ଘୋଷଣା କରିଥିଲେ ଓଡ଼ିଶା ଓ ଛତିଶଗଡ଼ ହସ୍ପିଟାଲକୁ ପ୍ରତିଦିନ ୫୦ ରୁ ୧୦୦ ଟନ୍ ଅମ୍ଲଜାନ ଯୋଗାଇ ଦିଆଯିବ। କମ୍ପାନି ୨୦୨୦ବର୍ଷରେ ୭୨୫ ଟନ୍ ତରଳ ଅମ୍ଲଜାନ ଯୋଗାଇଥିଲା।

Comment