ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍‌ର ୧୮ତମ ଲିଗ୍ ମ୍ୟାଚ୍‌ରେ ଆଜି ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ୍ ରାଇଡର୍ସକୁ ରାଜସ୍ଥାନ ରୟାଲ୍ସ। ସନ୍ଧ୍ୟା ସାଢ଼େ ୭ଟା ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

ଉଭୟଯାକ ଦଳ ଚଳିତ ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ କରିଛନ୍ତି। ୪ଟି ଲେଖାଏଁ ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ସର୍ବନିମ୍ନରେ ଅଛନ୍ତି। ତେଣୁ ଆଜିର ଏହି ମ୍ୟାଚ୍‌ରେ ପରସ୍ପର ସହ ମୁକାବିଲା କରି ବିଜୟ ଧାରାକୁ ଫେରିବାକୁ କୋଲକାତା ଏବଂ ରାଜସ୍ଥାନ ରଣନୀତି ପ୍ରସ୍ତୁତ କରିଛନ୍ତି। ଉଭୟ ଦଳର ପ୍ରଶଂସକମାନେ ମଧ୍ୟ ନିଜ ନିଜ ଦଳକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

କୋଲକାତା ନାଇଟ୍ ରାଇଡର୍ସ

ଇଓନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ସୁନିଲ୍ ନାରିନ୍, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, କମଳେଶ୍ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, ଗୁରକିରତ୍ ସିଂହ, କରୁନ ନାଏର, ବେନ୍ କଟିଙ୍ଗ୍, ସାକିବ୍ ଅଲ୍ ହାସନ, ଭେଙ୍କଟେସ୍ ଆୟାର, ସେଲଡନ୍ ଜ୍ୟାକସନ୍, ଟିମ୍ ସେଇଫର୍ଟ, ହରବଜନ୍ ସିଂହ, ବୈଭବ ଆରୋରା, ପବନ ନେଗି।

ରାଜସ୍ଥାନ ରୟାଲ୍ସ 

ସଞ୍ଜୁ ସାମସନ୍(ଅଧିନାୟକ), ଡେଭିଡ ମିଲର୍, ଲିଆମ୍ ଲିଭିଙ୍ଗଷ୍ଟମ୍, ମନ୍ନନ ଭୋରା, ରିୟାନ ପ୍ରୟାଗ, ୟାସ୍‌ଭି ଜୟସ୍ଵାଲ୍, କ୍ରିସ୍ ମୋରିସ୍, ମହିପାଲ୍ ଲୋମାର୍, ରାହୁଲ ତେଓ୍ଵାଟିଆ, ଶୁଭମ୍ ଦୁବେ, ଶ୍ରେୟାସ୍ ଗୋପାଲ, ଅନୁଜ ରାଓ୍ଵତ୍, ଜସ୍ ବଟ୍ଲର, ଆକାଶ ସିଂହ, ଆଣ୍ଡ୍ରୁ ଟି, ଚେତନ ସକାରିଆ, ଜୟଦେବ ଉନାଡକତ୍, ଜୋଫ୍ରା ଆର୍କର, କାର୍ତ୍ତିକ ତ୍ୟାଗୀ, କେ ସି ଚାରିପା, କୁଲଦୀପ ଯାଦବ, ମୟଙ୍କ ମାର୍କଣ୍ଡେ, ମୁସ୍ତାଫିଜୁର ରେହମାନ୍।

LEAVE A REPLY

Please enter your comment!
Please enter your name here