ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଲକ୍‌ଡାଉନ୍‌ ସତ୍ତ୍ୱେ ସବୁ ରେକର୍ଡ ଭାଙ୍ଗିଛି କରୋନା। ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କର ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ୧୨ ହଜାର ୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୬ ହଜାର ୯୧୪ ଓ ଲୋକାଲ କେସ୍‌ ୫,୩୨୪ ରହିଛି।

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୮୨୮ ନୂଆ ମାମଲା ସହ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି।

କଟକରେ ୯୧୬,  କଳାହାଣ୍ଡିରୁ ୫୮୦,  ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫, ବାଲେଶ୍ୱରରୁ ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯,  ଷ୍ଟେଟପୁଲ୍ ୩୫୭, ଯାଜପୁରରୁ ୩୧୮, ଗଞ୍ଜାମରୁ ୩୧୨, ଝାରସୁଗୁଡ଼ାରୁ ୩୦୬, ନୂଆପଡ଼ାରୁ ୨୯୦, ନବରଙ୍ଗପୁରରୁ ୨୮୨, ବଲାଙ୍ଗିରରୁ ୨୬୦, ମୟୂରଭଞ୍ଜରୁ ୨୭୫, ନୟାଗଡ଼ରୁ ୧୯୪, କେନ୍ଦ୍ରାପଡ଼ାରୁ ୧୯୨, କେନ୍ଦୁଝରରୁ ୧୭୯, ଜଗତସିଂହପୁରରୁ ୧୬୮, ସୁବର୍ଣ୍ଣପୁରରୁ ୧୫୯, ଢେଙ୍କାନାଳରୁ ୧୪୨, କୋରାପୁଟରୁ ୧୩୦, ବୌଦ୍ଧରୁ ୧୨୮, ଗଜପତିରୁ ୯୧, କନ୍ଧମାଳରୁ ୬୯, ଦେବଗଡ଼ରୁ, ମାଲକାନଗିରିରୁ ୬୦ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ଘଟିଛି। ଏଯାବତ୍‌ ୮୬, ୯୫୦ ଆକ୍ଟିଭ୍‌ କେସ୍‌ ରହିଛି।

ଅନ୍ୟପଟେ ରାଜ୍ୟରେ ଆଜି ସର୍ବାଧିକ ୧୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଲେଖାଏଁ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ, ଅନୁଗୁଳ, ବଲାଙ୍ଗିର, କଟକ, ଦେବଗଡ଼ରୁ ଜଣେ ଲେଖାଏଁ, ଗଜପତି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୪୦କୁ ବୃଦ୍ଧି ଘଟିଛି।

Comment