ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଆକ୍ରାନ୍ତଙ୍କୁ ଟୋସଲିଜୁମାବ ଇଞ୍ଜେକସନ ଦେବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ନୂଆ ଏସ୍‌ଓପି ଅନୁସାରେ ଏବେ ଭେଣ୍ଟିଲେଟରରେ ଥିବା ଓ ଗୁରୁତର ଆକ୍ରାନ୍ତ ଥିବା କରୋନା ରୋଗୀଙ୍କୁ ଟୋସଲିଜୁମାବ ଇଞ୍ଜେକ୍ସନ ଦିଆଯାଇପାରିବ।

ଏହି ଇଞ୍ଜେକ୍ସନର ବ୍ୟବହାର ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ବିଶେଷକରି ଯେଉଁମାନଙ୍କର ଅକ୍ସିଜେନର ସ୍ତର କମ୍‌ ଥିବ ସେମାନଙ୍କ କ୍ଷେତ୍ରରେ ବି ଏହି ଇଞ୍ଜେକ୍ସନର ବ୍ୟବହାର କରାଯିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଚିଠିରେ ଲେଖିଛନ୍ତି।

କରୋନା ଚିକିତ୍ସାରେ ଟୋସଲିଜୁମାବ ଇଞ୍ଜେକ୍ସନକୁ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡସିଜିଆଇ) ଅନୁମତି ଅନୁମତି ମିଳିବା ପରେ ଏହି ଇଞ୍ଜେକ୍ସନକୁ ବ୍ୟବହାର ପାଇଁ କୁହାଯାଇଛି।

ଏହାସହିତ କରୋନା ରୋଗୀଙ୍କୁ ଦିଆଯାଉଥିବା ଅନ୍ୟ ଔଷଧକୁ ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। କରୋନା ରୋଗୀଙ୍କୁ କେଉଁ ଔଷଧ ଦିଆଯାଉଛି, ତା’ର ତଥ୍ୟ ସିଡିଏମ୍‌ଓଙ୍କୁ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଜିଲ୍ଲାପାଳଙ୍କ ସମେତ ସିଡିଏମଓ ଓ ରାଜ୍ୟର ପ୍ରମୁଖ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଏହି ଚିଠି ଜାରି ହୋଇଛି। ଟୋସଲିଜୁମାବକୁ ହରିୟାଣା ସମେତ ଅନ୍ୟ କିଛି ରାଜ୍ୟରେ ବ୍ୟବହାର ଏବେ ହେଉଛି।

Comment