ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା କୋଭିଡ୍ ଚିକିତ୍ସାରେ ସହଯୋଗ କରିବା ପାଇଁ ୪୦ ଜଣ ଇଣ୍ଟର୍ଣ୍ଣ ଡାକ୍ତର ଯୋଗ ଦେଇଛନ୍ତି। ସେମାନଙ୍କୁ ସୁନ୍ଦରଗଡ଼ ଏବଂ ରାଉରକେଲାର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିୟୋଜିତ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (ଭିମସାର)ରୁ ଏହି ଯୁବ ଡାକ୍ତରମାନେ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ରଙ୍କୁ ସେମାନେ ସାକ୍ଷାତ କରିବା ପରେ କିଏ କେଉଁଠାରେ କାର୍ଯ୍ୟ କରିବେ ତା’ର ତାଲିକା ପ୍ରସ୍ତୁତ ହୋଇଛି।
ଏହି ୪୦ ଜଣ ଡାକ୍ତରଙ୍କ ମଧ୍ୟରୁ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ହସ୍ପିଟାଲରେ ୧୨ ଜଣଙ୍କୁ ନିୟୋଜିତ କରାଯାଇଛି। ସେହିପରି ରାଉରକେଲାର ଜେ ପି ହସ୍ପିଟାଲରେ ୧୦ ଜଣ, ଆଇଜିଏଚ୍ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ୬ ଜଣ, ଆରଜିଏଚରେ ୫ ଜଣ, ହାଇଟେକରେ ୪ ଜଣ ଏବଂ ଏନଆଇଟି କୋଭିଡ୍ କେୟାର ସେଣ୍ଟରରେ ୩ ଜଣଙ୍କୁ କୋଭିଡ୍ ଚିକିତ୍ସା ସେବାରେ ସାମିଲ କରାଯାଇଛି।

Comment