ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନକାରୀ ମହାସଂଘ ବା ଓମ୍‌ଫେଡ୍ ପକ୍ଷରୁ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ କମ୍ କ୍ଷୀର କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍ ଯୋଗୁଁ କ୍ଷୀରର ଚାହିଦା କମିଥିବାରୁ ଏହି ପଦକ୍ଷେପ ନେଇଛନ୍ତି ଓମ୍‌ଫେଡ୍ କର୍ତ୍ତୃପକ୍ଷ।

ଓମ୍‌ଫେଡ୍‌ର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ଦୈନିକ କ୍ଷୀରର ଚାହିଦା ସାଢ଼େ ପାଞ୍ଚ ଲକ୍ଷ ଲିଟର। କିନ୍ତୁ ଗତ କିଛିଦିନ ଧରି ଦୈନିକ ଚାହିଦା ୪ ଲକ୍ଷ ଲିଟରକୁ ଖସି ଆସିଛି। ଲକ୍‌ଡାଉନ୍ କାରଣରୁ ଚାହିଦା କମିବା ସହ ଏହାକୁ ଜମା କରି ରଖିବାରେ ଅସୁବିଧା ହେଉଛି। ତେଣୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଓମ୍‌ଫେଡ୍‌ର ଏହି ନିଷ୍ପତ୍ତି ବିରୁଦ୍ଧରେ ଚାଷୀ ସମବାୟ ସମିତିମାନେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଓମ୍‌ଫେଡ୍ ଚାଷୀଙ୍କଠାରୁ ଅଧିକ କ୍ଷୀର କିଣିବା ବଦଳରେ କମ୍ କ୍ଷୀର କିଣୁଛି। ଫଳରେ କ୍ଷୀରର ଅଭାବୀ ବିକ୍ରି ବଢ଼ି ଚାଲିଛି। ଏଥିସହ ଚାଷୀମାନଙ୍କୁ ଦୁଇମାସ ପର୍ଯ୍ୟନ୍ତ ଗୋଖାଦ୍ୟ ଯୋଗାଇବା, କ୍ଷୀର ଓ କ୍ଷୀରାଜାତ ଦ୍ରବ୍ୟର କ୍ଷତିପୂରଣ ବାବଦକୁ ସହାୟତା ରାଶି ଯୋଗାଇଦେବାକୁ ଦୁଗ୍ଧଚାଷୀ ମହାସଙ୍ଘର ରାଜ୍ୟ ସଭାପତି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here