ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ସିଧା ପ୍ରସାରଣ ହୋଇପାରେ। ଆସନ୍ତା ମେ’ ୧୫ରେ ଅକ୍ଷୟ ତୃତୀୟା ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ ହେବ। କୋଭିଡ୍ ନିୟମକୁ ପାଳନ କରାଯାଇ ଏହି ନୀତିକାନ୍ତି ଶେଷ ହେବ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ଯୋଗୁଁ ଏଥର ଶ୍ରୀ ଜୀଉଙ୍କ ଚାପ ଖେଳ ଦେଖିବା ପାଇଁ ଲୋକଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ଏହି କାରଣରୁ ଚନ୍ଦନ ଯାତ୍ରାକୁ ଟିଭିରେ ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ପୁଷ୍କରିଣୀ କୂଳରେ ଅତି ବେଶୀରେ ୫୦ରୁ ୬୦ ଜଣ ସେବାୟତ ରହିପାରିବେ।

ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଯେଉଁ ସେବାୟତମାନେ ଚନ୍ଦନ ଯାତ୍ରାରେ ଅଂଶ ଗ୍ରହଣ କରିବେ ସେମାନେ ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର ଟେଷ୍ଟ କରିଥିବା ବାଧ୍ୟତା ମୂଳକ।

Comment