ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଇଦ୍ ଅର୍ଥାତ ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ ରଖି ରମଜାନ ମାସ ପାଳନ କରିଥିଲେ। ଗୁରୁବାର ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗି ମୁସଲିମ୍ ସଂପ୍ରଦାୟର ଲୋକେ ଆଜି ଇଦ୍-ଉଲ୍-ଫିତର ପାଳନ କରୁଛନ୍ତି।
ହେଲେ କୋଭିଡ୍ କଟକଣା ଯୋଗୁଁ ନିରାଡମ୍ବର ସହିତ ଦେଶବ୍ୟାପୀ ଏହି ପର୍ବ ପାଳିତ ହୋଇଛି। ମସଜିଦମାନଙ୍କରେ ଲୋକଙ୍କ ଗହଳି ଦେଖିବାକୁ ମିଳିନି କି ଆଲ୍ଲହାଙ୍କ ଦର୍ଶନ ପରେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି କେହି ଇଦ୍ ମୁବାରକ୍ ଜଣାଇନାହାନ୍ତି।
ପ୍ରତିବର୍ଷ ଇଦମୁସିଲମ ସଂପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି। ପ୍ରତି ଘରେ ମିଠା , ପିଠାର ଆସର ଜମେ। ପରିବାର ଲୋକ ଏକାଠି ବସି ଭୋଜନ କରିଥାଆନ୍ତି। ମୁସଲମାନ ଭାଇ ଭଉଣୀ ମାନେ ଆଜିର ଦିନକୁ ଅପେକ୍ଷା କରି ରହିଥାନ୍ତି। ହେଲେ ମହାମାରୀ କୋଭିଡ ଯୋଗୁଁ ଏହି ପର୍ବ ଫିକା ପଡ଼ିଛି।

















