ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ, କେନ୍ଦ୍ରାପଡ଼ା ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛି।

କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ପରିଚାଳନା ଦାୟିତ୍ଵରେ ଥିବା ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ପ୍ରଜ୍ଞାନନ୍ଦ ମିଶନଠାରୁ ଏହି ଅକ୍ସିଜେନ କନସେନଟ୍ରେଟରଗୁଡିକୁ ଗ୍ରହଣ କରିଛନ୍ତି।ପଟ୍ଟାମୁଣ୍ଡାଇ ବ୍ଲକ ଅରୁଆ କଦଳୀବଣଠାରେ ପ୍ରଜ୍ଞାନନ୍ଦ ମିଶନ ପକ୍ଷରୁ ସୋମବାର ଦିନ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି। ଏହି ଅକ୍ସିଜେନ କନସେନଟ୍ରେଟରଗୁଡିକ ଜିଲ୍ଲାର କୋଭିଡ୍ ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ବିନିଯୋଗ ହେବ। ଏଗୁଡିକୁ ଜିଲ୍ଲା ସରକାରୀ କୋଭିଡ୍ ହସ୍ପିଟାଲରେ ରଖାଯାଇଛି।

Comment