ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ସ୍ଥିତ ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭୀମସାର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ବ୍ୟକ୍ତି ଜଣଙ୍କ ୫ରୁ ୬ଦିନ ତଳେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିକଟରେ ବ୍ଲାକ୍‌ ଫଙ୍ଗସର ସମସ୍ତ ଲକ୍ଷଣ ରହିଥିଲା। କିନ୍ତୁ ତାଙ୍କୁ ବ୍ଲାକ୍‌ ଫଙ୍ଗସ ରୋଗୀ କୁହାଯାଇପାରିବ ନାହିଁ କହିଛନ୍ତି ଭିମସାର ଅଧୀକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିବାରୁ, ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେଣୁ ତାଙ୍କର ସମ୍ପୂର୍ଣ୍ଣ ପରୀକ୍ଷା କରାଯାଇ ପାରିନାହିଁ। ଏବେ ମୃତକ ଜଣଙ୍କର ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଛି।ଏଥିସହ ଆଉ ତିନିଜଣ ବ୍ଲାକ୍‌ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କଠାରେ ବ୍ଲାକ୍‌ ଫଙ୍ଗସର ସମସ୍ତ ଲକ୍ଷଣ ରହିଛି। କିନ୍ତୁ ସେମାନେ ବ୍ଲାକ୍‌ ଫଙ୍ଗସ ରୋଗୀ ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେମାନଙ୍କର ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ।

Comment