ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗର ନାମକୁ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ବିଭାଗଟି ‘ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ’ ବିଭାଗ ନାମରେ ପରିଚିତ ହେବ।

ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଦି ପାଇଁ ଯେଉଁ ସବୁ କାମ ଚାଲିଥିଲା ତାହା ଜାରି ରହିବ। ହେଲେ ବିଭାଗର ନାମ ପରିବର୍ତ୍ତନ ପରେ ସରକାର ଏବେ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଧ୍ୟାନ ଦେବେ। କେନ୍ଦ୍ର ସରକାରଙ୍କ ଜଳବାୟୁ ପରିବର୍ତ୍ତନ ନୀତି ସହିତ ତାଳ ମିଳାଇ ସମସ୍ତ କାର୍ଯ୍ୟ କରାଯିବ।

ସେହିପରି ରାଜ୍ୟ ପାଇଁ ଯାହା ଆବଶ୍ୟକ ତାହାକୁ ଦୃଷ୍ଟିରେ ରଖି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ତ ପ୍ରକାର ପ୍ରସ୍ତୁତି ଓ କାର୍ଯ୍ୟକାରିତା ପାଇଁ ଏହି ବିଭାଗ ନୋଡାଲ ବିଭାଗ ଭାବେ କାମ କରିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।

Comment