ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ଅପେକ୍ଷା ସୁସ୍ଥ ହାରରେ ବଢ଼ିବାରେ ଲାଗିଛି, ଯାହାକି ରାଜ୍ୟ ପାଇଁ ବଡ଼ ଆଶ୍ଵସ୍ତି ଆଣିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତାଜା ସୂଚନା ଅନୁସାରେ ଆଜି ରାଜ୍ୟରୁ ୧୦ ହଜାର ୫୯୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାପରେ କଟକରୁ ୧୧୫୨ ଜଣ, ଅନୁଗୁଳରୁ ୯୬୯ ଜଣ, ସୁନ୍ଦରଗଡ଼ରୁ ୭୨୩ ଜଣ, ମୟୂରଭଞ୍ଜରୁ ୬୧୮ ଜଣ, ବାଲେଶ୍ଵରରୁ ୫୦୭ ଜଣ, ପୁରୀରୁ ୪୫୬ ଜଣ, ଢେଙ୍କାନାଳରୁ ୪୫୩ ଜଣ, କଳାହାଣ୍ଡିରୁ ୩୯୭ ଜଣ, ଭଦ୍ରକରୁ ୩୭୭ ଜଣ ଓ ବରଗଡ଼ରୁ ୩୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ହାର ୭,୦୨,୬୨୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮,୩୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ଆଜି ରାଜ୍ୟରୁ ୪୦ ଜଣଙ୍କ ଜୀବନ ନେଇଛି କରୋନା।

Comment