ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଚିନ୍ତା ବଢ଼ାଉଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ତି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଆନୁସାରେ ଗୁରୁବାର ରାଜ୍ୟରେ ମୋଟ୍ ୧୦ ହଜାର ୪୩୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Another 10434 Covid patients have recovered and are being discharged on 03.06.2021
1566 from Khordha
885 from Cuttack
743 from Puri
645 from Bargarh
586 from Dhenkanal
548 from Boudh
545 from Anugul
507 from Sundargarh
477 from Baleswar
411 from Mayurbhanj
375 from Nabarangpur— H & FW Dept Odisha (@HFWOdisha) June 3, 2021
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାପରକୁ କଟକରୁ ୮୮୫ ଜଣ, ପୁରୀରୁ ୭୪୩ ଜଣ, ବରଗଡ଼ରୁ ୬୪୫ ଜଣ, ଢେଙ୍କାନାଳରୁ ୫୮୬ ଜଣ, ବୌଦ୍ଧରୁ ୫୪୮ ଜଣ, ଅନୁଗୁଳରୁ ୫୪୫ ଜଣ, ସୁନ୍ଦରଗଡ଼ରୁ ୫୦୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।
80 from Deogarh
54 from Nuapada
23 from Keonjhar
22 from Kendrapara
216 from State PoolThe total recovered cases of Odisha now stand at 713055
— H & FW Dept Odisha (@HFWOdisha) June 3, 2021
ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କୋଭିଡ୍ ସୁସ୍ଥଙ୍କ ସଂଖ୍ୟା ୭,୧୩,୦୫୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮,୮୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୨ ଜଣଙ୍କ ଜୀବନ ନେଇଛି ମହାମାରୀ।














