ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୭୨୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୩୩୧ ଜଣ ହୋଇଥିବାବେଳେ, ୩୩୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୩୯ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୨୦ ଜଣ ଓ ସୁନ୍ଦରଗଡ଼ରୁ ୨୭୦ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୪୯, ବରଗଡ଼ରୁ ୧୮୯, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ସମ୍ବଲପୁରରୁ ୧୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୯୮ହଜାର ୬୯୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୦ହଜାର ୪୩୪ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୧୩ହଜାର ୦୫୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ୍ ୮୨ ହଜାର ୬୭୯ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୩୯ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ତିନି ଜଣ, ବୌଦ୍ଧରୁ ଦୁଇ ଜଣ, ବଲାଙ୍ଗୀରରୁ ଜଣେ, ଭୁବନେଶ୍ୱରରୁ ତିନି ଜଣ, କଟକରୁ ଦୁଇ ଜଣ, ଦେବଗଡ଼ରୁ ଦୁଇ ଜଣ, ଢେ଼ଙ୍କାନାଳରୁ ଜଣେ, ଗଜପତିରୁ ଦୁଇ ଜଣ, ଗଞ୍ଜାମରୁ ଦୁଇ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ତିନି ଜଣ, କଳାହାଣ୍ଡିରୁ ତିନି ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ତିନି ଜଣ, ମୟୂରଭଞ୍ଜରୁ ଜଣେ, ପୁରୀରୁ ଦୁଇ ଜଣ, ରାୟଗଡ଼ାରୁ ତିନି ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ତିନି ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୧୨ ରେ ପହଞ୍ଚିଛି।

Comment