ଓଡ଼ିଶାଲାଇଭ୍ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ କେତେ ନୂଆ ବାଟ ସିଜିନ ୨
  • ନଲେଜ୍‌ ପାର୍ଟନର ରାଜ୍ୟ ସରକାରଙ୍କ ମୋ କଲେଜ୍‌ଅଭିଯାନ
  • ଏଥରର ପ୍ରସଙ୍ଗ ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡ୍‌ର ପ୍ରଭାବ
  • କୋଭିଡ୍‌ ସଙ୍କଟ ବେଳେ ଆଦିବାସୀ ଅଞ୍ଚଳରେ ସଚେତନତା ଉପରେ ଗୁରୁତ୍ୱ
  • ଆଦିବାସୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ

ସହରର ଗହଳଚହଳଠାରୁ ଦୂରରେ ବଣପାହାଡ଼ ଘେରାରେ ରହୁଥିବା ଆଦିବାସୀ ଅଞ୍ଚଳରେ କରୋନା ପଶିଛିା ପ୍ରଥମ ଲହରରେ ଯେଉଁମାନଙ୍କୁ କରୋନା ବିଶେଷ ପ୍ରଭାବିତ କରିପାରିନଥିଲା ଏବେ ସେମାନଙ୍କ ଭିତରେ ସଂକ୍ରମଣ ଭୟ ବଢ଼ିଛିା ଏହି କୋଭିଡ ସମୟରେ ଆଦିବାସୀଙ୍କ କ୍ଷେତ୍ରରେ ସବୁଠୁ ବଡ଼ ଚାଲେଞ୍ଜ ହେଉଛି ସେମାନଙ୍କୁ ରୋଗ ପ୍ରତି ସଚେତନ କରିବା। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ଏଥରର ପ୍ରସଙ୍ଗ ଥିଲା ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’।

ଜୁନ୍‌ ୬, ରବିବାର ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହି ଅଡିଓ ସିରିଜ ପ୍ରସାରିତ ହୋଇଛି। ସେହିପରି ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ସହିତ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି।

ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ୟୁନିସେଫ୍ ଓଡ଼ିଶାର ନ୍ୟୁଟ୍ରିସନ ସ୍ପେଶାଲିଷ୍ଟ୍ ସୌରଭ ଭଟ୍ଟାଚାର୍ଜୀ, ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଧନାଇଁ ଚରଣ ଟୁଡୁ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଇଏଲ୍ଆଇପି) ଅଧୀନରେ କାମ କରୁଥିବା ଜଣେ କମ୍ୟୁନିଟି ରିସୋର୍ସ ପର୍ସନ ଗୋବର୍ଦ୍ଧନ ଓ୍ଵାଡ୍‌କା ଏବଂ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଦୀପ୍ ଗ୍ରେସ୍ ଏକ୍କାଙ୍କୁ ଆପଣ ଶୁଣିଛନ୍ତିା

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା

‘‘ରାଜ୍ୟରେ ଯେଉଁ ଆଦିବାସୀ ପରିବାର ଅଛନ୍ତି, ପ୍ରଥମେ ସରକାର ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କଲେ। ତା’ପରେ ସେହି ସବୁ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବା ପାଇଁ ବ୍ୟବସ୍ଥା କରାଗଲା। ଏବେ ଯେଉଁମାନଙ୍କ ନିକଟରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା ହୋଇଛିା ଏହାସହିତ ଯଦି କୌଣସି ବ୍ୟକ୍ତି ଗୁରୁତର ହେଲେ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛିା ସେହିପରି ଅତି ସମ୍ବେଦନଶୀଳ ଜନଜାତି ଅଞ୍ଚଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି’’, ଅଡିଓ ସିରିଜରେ ଭାଗ ନେଇ କହିଥିଲେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା।

ଅନ୍ୟପଟେ କୋଭିଡ ସମୟରେ ଆଦିବାସୀମାନଙ୍କ ଜୀବିକା ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ତେଣୁ ଏ ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା କହିଥିଲେ, ‘‘କରୋନା ପାଇଁ ଆଦିବାସୀ ଲୋକଙ୍କ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛିା ଏହି କାରଣରୁ ଚଳିତ ବର୍ଷ ସରକାର ପ୍ରାୟ ୩୦ କୋଟି ଟଙ୍କାର ଆଦିବାସୀ ଦ୍ରବ୍ୟ କିଣିଛନ୍ତି, ଯାହାଫଳରେ ସେମାନଙ୍କର ଆୟ ବଢ଼ିବ। ସେହିପରି ଜୀବିକା ମିଶନ ଜରିଆରେ ସେମାନଙ୍କୁ ସାର, ମଞ୍ଜି ଆଦି ଯୋଗାଇ ଦିଆଯାଇଛିା। ଏହାଦ୍ୱାରା ସେମାନଙ୍କ ଚାଷ କାମ ମଧ୍ୟ ଅଟକିବ ନାହିଁ।’’

ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଧନାଇଁ ଚରଣ ଟୁଡୁ

କରୋନାର ଦ୍ୱିତୀୟ ଲହରୀରେ ମାଲକାନଗିରିର ବଣ୍ଡା, ରାୟଗଡ଼ାର ଡଙ୍ଗରିଆ କନ୍ଧ, ମୟୂରଭଞ୍ଜର ଖଡ଼ିଆ ଏବଂ ସୁନ୍ଦରଗଡ଼ରେ ଥିବା ପାଉଡ଼ି ଭୂୟାଁ ଜନଜାତିକୁ ମଧ୍ୟ କରୋନା ବ୍ୟାପିଛିା ତେବେ ସୁନ୍ଦରଗଡ଼ରେ ପାଉଡ଼ି ଭୂୟାଁଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିା ‘କେତେ ନୂଆ ବାଟ ସିଜିନ୍‌ ୨’ ଅଡିଓ ସିରିଜରେ ସାମିଲ ହୋଇ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଧନାଇଁ ଚରଣ ଟୁଡୁ କହିଥିଲେ, ‘‘ପ୍ରତି ଗାଁରେ ମାଇକ୍‌ ଜରିଆରେ ଲୋକଙ୍କୁ କରୋନା ସଚେତନ କରାଯାଉଛିା ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛିା ଯେଉଁ ପରିବାରରୁ ପଜିଟିଭ ବାହାରୁଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ରାସନ କିଟ୍‌ ଦିଆଯାଉଛିା

ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ

ସେହିପରି ରାୟଗଡ଼ାରେ ଥିବା ଡଙ୍ଗରିଆ କନ୍ଧଙ୍କ ଭିତରେ ବି କରୋନା ବ୍ୟାପିଛିା ଏହାର ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ କିଭଳି ଆଭିମୁଖ୍ୟ ଗ୍ରହଣ କରିଛି ସେ ସମ୍ପର୍କରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କହିଥିଲେ,‘‘କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଆମେ ଆମ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ସବୁ ଗାଁରେ କୋଭିଡ ସଚେତନତା ରଥ ବୁଲାଉଛୁା ସ୍ଥାନୀୟ ଭାଷାରେ ସେମାନଙ୍କୁ ସଚେତନ କରୁଛୁା ଏବେ ସେଠାରେ ଟେଷ୍ଟିଂ ଆଉ ଟିକାକରଣ ଉପରେ ଗୁରୁତ୍ୱ ଦେଉଛୁ।’’

କମ୍ୟୁନିଟି ରିସୋର୍ସ ପର୍ସନ ଗୋବର୍ଦ୍ଧନ ଓ୍ୱାଡକା

ରାୟଗଡ଼ାର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ବା OPELIP ମଧ୍ୟ କାମ କରୁଛି। ଏହା ଅଧୀନରେ କାମ କରୁଥିବା ଜଣେ କମ୍ୟୁନିଟି ରିସୋର୍ସ ପର୍ସନ ଗୋବର୍ଦ୍ଧନ ଓ୍ୱାଡକା ଏହି ଅଡିଓ ସିରିଜ୍‌ରେ ଭାଗ ନେଇଥିଲେ। ସେ ତାଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ,‘‘ଆମ ଅଞ୍ଚଳରେ ଲୋକ ସଚେତନ ନାହାନ୍ତିା ତାଙ୍କୁ ରୋଗ ସମ୍ପର୍କରେ ବୁଝାଇବା କଷ୍ଟକର ହୋଇପଡ଼ିଛିା ତଥାପି ଆମେ ସେମାନଙ୍କୁ ବୁଝାଉଛୁା ଏବେ ଧୀରେ ଧୀରେ ସେମାନେ ସଚେତନ ହେଲେଣି। କିଛି ଲୋକ ଟିକା ମଧ୍ୟ ନେଲେଣିା’’

ୟୁନିସେଫ୍‌ ଓଡ଼ିଶାର ନ୍ୟୁଟ୍ରିସନ ସ୍ପେଶାଲିଷ୍ଟ ସୌରଭ ଭଟ୍ଟାଚାର୍ଜୀ

ସେହିପରି ଏହି ଅଡିଓ ସିରିଜରେ ୟୁନିସେଫ୍‌ ଓଡ଼ିଶାର ନ୍ୟୁଟ୍ରିସନ ସ୍ପେଶାଲିଷ୍ଟ ସୌରଭ ଭଟ୍ଟାଚାର୍ଜୀ ମଧ୍ୟ ସାମିଲ ହୋଇଥିଲେ। ଆଦିବାସୀ ଅଞ୍ଚଳରେ ପିଲାମାନେ କିଭଳି ପୁଷ୍ଟିହୀନତାରୁ ଦୂରେଇ ରହିବେ ସେ ସମ୍ପର୍କରେ ପରାମର୍ଶ ଦେଇ ସେ କହିଥିଲେ,‘‘ ଆଦିବାସୀ ଅଞ୍ଚଳରେ ପିଲାମାନେ କୁପୋଷଣର ଶିକାର ହୁଅନ୍ତିା କାରଣ ତାଙ୍କ ପାଖରେ ସବୁ ସୁବିଧା ପହଞ୍ଚିପାରେ ନାହିଁ। ଅନ୍ୟପଟେ ଏବେ କରୋନା ଯୋଗୁଁ ଅଙ୍ଗନବାଡ଼ି ବନ୍ଦ ରହିଛିା ହେଲେ ବଡ଼ କଥା ଯେଉଁସବୁ ଖାଦ୍ୟ ସରକାର ପିଲାଙ୍କ ପାଇଁ ଦେଉଛନ୍ତି ତାକୁ ଏବେ ଅଙ୍ଗନବାଡ଼ି କର୍ମୀମାନେ ଘରେ ଘରେ ପହଞ୍ଚାଉଛନ୍ତିା ତେଣୁ ପିଲାମାନେ ସେହି ସବୁ ଖାଦ୍ୟ ନିଶ୍ଚୟ ଗ୍ରହଣ କରିବା ଦରକାର।’’

ଅନ୍ତର୍ଜତୀୟ ମହିଳା ହକି ଖେଳାଳି ଦୀପ ଗ୍ରେସ ଏକ୍କା

ଏହି ଅଡିଓ ସିରିଜରେ ଅନ୍ତର୍ଜତୀୟ ମହିଳା ହକି ଖେଳାଳି ଦୀପ ଗ୍ରେସ ଏକ୍କା ମଧ୍ୟ ଭାଗ ନେଇଥିଲେ। କରୋନାର ସବୁ ନିୟମ ପାଳିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ। ଏହାସହ ନିଜ ପାଳି ଆସିଲେ ସମସ୍ତେ ଟିକା ନିଅନ୍ତୁ ବୋଲି ସେ କହିଥିଲେ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତିା

ସେହିପରି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଭିଯାନ ଅଧୀନରେ ବିଭିନ୍ନ ବିଷୟ ଉପରେ ଆପଣ ବିଭିନ୍ନ ଟିଭି ଚ୍ୟାନେଲ ସହିତ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ଫେସବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ସୋସିଆଲ ଚ୍ୟାନେଲରେ ଭିଡିଓ ପ୍ରସାରଣ କରାଯାଉଛିା

Comment