ଓଡ଼ିଶାଲାଇଭ୍‌ ବ୍ୟୁରୋbirsa munda hockey stadium

ଗୋଟିଏ ସମୟରେ ଜର୍ମାନୀ ସହାୟତାରେ ନିର୍ମିତ ଇସ୍ପାତ କାରଖାନା ପାଇଁ ରାଉରକେଲା ସହର ଓଡ଼ିଶାରେ ନାଁ କରିଥିଲା। ଏକ ଶିଳ୍ପସମୃଦ୍ଧ ସହର ଓ ସଂସ୍କୃତି ସମ୍ପନ୍ନ ଲୋକଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ରାଉରକେଲା ମହାନଗର ଏବେ ଆଉ ଏକ ନୂଆ ପରିଚୟ ପାଇବା ପାଇଁ ଯାଉଛି। ଆଗାମୀ ଦିନରେ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପ୍‌। ଏଥିପାଇଁ ହକି ପ୍ରେମୀଙ୍କଠାରେ ଆଶା ଓ ଉତ୍କଣ୍ଠା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ରାଉରକେଲା ସହରରେ ତିଆରି ହେଉଛି ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିଅମ। ଯେତେବେଳେ ଏହି ଷ୍ଟାଡିଅମ ନିର୍ମାଣ ଶେଷ ହେବ ଏବଂ ଅନ୍ତର୍ଜାତୀୟ ସ୍ତରର ଖେଳ ଆରମ୍ଭ ହେବ, ତାହା ରାଉରକେଲାର ଚିତ୍ର ଓ ପରିଚୟକୁ ସମ୍ପୂର୍ଣ୍ଣ ବଦଳାଇ ଦେବ।birsa munda hockey stadiumବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ କାମ ଏବେ ଜୋର୍‌ସୋରରେ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ବିଶ୍ୱକପ୍‌ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଓ ରାଉରକେଲା ଷ୍ଟାଡିମରେ ଅନୁଷ୍ଠିତ ହେବ। ଏଣୁ ସେହି ସମୟ ପୂର୍ବରୁ ଷ୍ଟାଡିଅମ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି।

ଏହି ଷ୍ଟାଡିଅମ ତିଆରି ହେବା ପରେ କେବଳ ରାଉରକେଲା ନୁହେଁ ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାର ପରିଚୟ ମଧ୍ୟ ବଦଳିବ। ପୂର୍ବରୁ ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିବା ପାଇଁ ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ।

Comment